ଅନୁଗୁଳ: ଅନୁଗୁଳ ରେଳ ଷ୍ଟେସନରୁ ବୁଧବାର ପୂର୍ବାହ୍ନରେ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସୁବାସ ବେହେରା(୪୧)। ତାଙ୍କ ଘର ଭଦ୍ରକ ଜିଲ୍ଲାରେ। ସୁରତ୍-ପୁରୀ ଟ୍ରେନ୍ରେ ସେ ଘରକୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଥିଲା। ଅନୁଗୁଳ ଷ୍ଟେସନ୍ରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।ପ୍ରାପ୍ତ ସୂଚନା ମୁତାବକ, ମୃତ ସୁବାସ ଗତ ୧୭ ତାରିଖ ଦିନ କରୋନା ଟେଷ୍ଟ କରିଥିଲେ। ରିପୋର୍ଟ ନେଗେଟିଭ୍ ଆସିଥିଲା । ତେଣୁ ସେ ସୁରତ-ପୁରୀ ଟ୍ରେନ୍ରେ ଘରକୁ ଫେରୁଥିଲେ । ମାତ୍ର ଗତକାଲି ରାତିରେ ଟ୍ରେନ୍ ଯାତ୍ରା ସମୟରେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସାଥୀରେ ଥିବା ବନ୍ଧୁ ତାଙ୍କୁ ଔଷଧ ଖାଇବାକୁ ଦେଇଥିଲେ । ମାତ୍ର ବୁଧବାର ସକାଳେ ତାଙ୍କ ମୃତ୍ୟୁ ହୋଇଥିଲା। ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ଟ୍ରେନ୍ ଅନୁଗୁଳ ଷ୍ଟେସନରେ ଲାଗିବା ପରେ ରେଳବାଇ ପୁଲିସ୍ ମୃତଦେହକୁ ଉଦ୍ଧାର କରିଥିଲା। ପରେ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଟ୍ରେନ୍ରୁ ଯୁବକଙ୍କ ମୃତଦେହ ଉଦ୍ଧାର
- Post published:May 20, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal

Tags: Angul