ଦୁର୍ବୃତ୍ତଙ୍କ ଆକ୍ରମଣରେ ୨ ଆହତ

0

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଚଣ୍ଡୀ ବଜାର ଛକରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବୁଧୁବାର ସନ୍ଧ୍ୟାରେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଯେ, କଲିଏରୀ ଥାନା ଅନ୍ତର୍ଗତ ଲକେଇପଶି ଗାଁର ଶ୍ରୀବତ୍ସ ଦାସ ଡ୍ରାଇଭରଙ୍କସହ ବୋଲେରୋ(ଓଡି-୩୩ଏଡି-୦୦୯୮)ରେ ସନ୍ଧ୍ୟାରେ ଅନୁଗୁଳ ଆସୁଥିଲେ। ଏହି ସମୟରେ କିଛି ଅଜଣା ଲୋକ କୁମଣ୍ଡ ଚଣ୍ଡୀ ବଜାର ନିକଟରେ ଅନ୍ୟ ଏକ ବଲେରୋ(ଓଡ଼ି୧୯-ଜେ-୭୬୧୨)ରଖି ରାସ୍ତା ବନ୍ଦ କରିଥିଲେ। ଶ୍ରୀବତ୍ସ ଗାଡ଼ି ରଖିବାରୁ ବୋଲେରୋରୁ ଚାରି ଜଣ ବ୍ୟକ୍ତି ହାତରେ ଠେଙ୍ଗାବାଡି ଧରି ଆସି ତାଙ୍କ ଗାଡ଼ି ଭାଙ୍ଗିବା ସହ ତାଙ୍କୁ ଓ ଡ୍ରାଇଭରକୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଶ୍ରୀବତ୍ସ ପିନ୍ଧିଥିବା ସୁନା ଚେନ୍ ଛିଣ୍ଡାଇ ନେଇଥିଲେ। ଏ ନେଇ ଗୁରୁବାର ଶ୍ରୀବତ୍ସ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ପୁଲିସ ଚପାଇବା ପାଇଁ ଉଦ୍ୟମ କରୁଛି ବୋଲି କେତେକ ମହଲରେ ଚର୍ଚ୍ଚା ହେଉଛି। ତେବେ ଏ ନେଇ ଥାନା ଆଇଆଇସିଙ୍କୁ ଯୋଗାଯୋଗ କରାଯିବାରୁ ସେ କିଛି ପ୍ରକାଶ କରିନଥିଲେ।

Leave A Reply

Your email address will not be published.

error: Content is protected !!