ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଏକ ଘରୋଇ ଉଦ୍ୟୋଗର ଆସପଣ୍ଡ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ
ଘଟି ଦୁଇ ଯୁବକ ଗୁରୁତର ହୋଇଛନ୍ତି। ବଡକେରଜାଙ୍ଗ ସିଧୁବଣୀ ସାହିର ବବୁଲ ସାହୁ ଓ ମାନସ ସାହୁଙ୍କୁ ଅପର ଗୋଷ୍ଠୀ ସନ୍ଧ୍ୟା ପ୍ରାୟ ସାଢେ଼ ସାତଟାରେ ଆକ୍ରମଣ କରିଥିଲେ। ଆକ୍ରମଣର କାରଣ ଓ କେଉଁମାନେ ବବୁଲ ଓ ମାନସକୁ ଆକ୍ରମଣ କରିଛନ୍ତି ତାହା ଜଣା ପଡିନାହିଁ। ନିଶା ପୋଲିସ ଖବର ପାଇ ଆହତ ଦୁଇ ଯୁବକଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତି କରିଛି। ବବୁଲଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି।
ଭୁଜାଲି ଆକ୍ରମଣରେ ଦୁଇ ଗୁରୁତର
