ବାଲି ବୋଝେଇ ୨ ଟ୍ରକ୍ ଜବତ, ୫୦ ହଜାର ଜୋରିମାନା ଆଦାୟ

You are currently viewing ବାଲି ବୋଝେଇ ୨ ଟ୍ରକ୍ ଜବତ, ୫୦ ହଜାର ଜୋରିମାନା ଆଦାୟ

ଅନୁଗୁଳ : ଅନୁଗୁଳ ତହସିଲଦାର ସୋମବାର ସକାଳେ ଗାନ୍ଧୀମାର୍ଗଠାରେ ୨ଟି ବାଲି ବୋଝେଇ ଟ୍ରକ୍ କୁ ଜବତ କରିଛନ୍ତି। ସୂଚନା ଅନୁଯାୟୀ ନରସିଂହପୁରରୁ ବାଲି ନେଇ ଅନୁଗୁଳ ଆସୁଥିବା ଗୋଟିଏ ହାଇୱା ଓ ଗୋଟିଏ ଟିପ୍ପରକୁ ଅନୁଗୁଳ ତହସିଲଦାର ବିମଳ କୁମାର ଲେଙ୍କା ସଦଳବଳ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ବୈଧ କାଗଜପତ୍ର ଦେଖାଇ ନପାରିବାରୁ ଗାଡିକୁ ଜବତକରି ହାଇୱାକୁ ୩୦ ହଜାର ଓ ଟିପ୍ପରକୁ ୨୦ ହଜାର ଟଙ୍କା ଜୋରିମାନା କରିଛନ୍ତି।

Share

Leave a Reply