ଅନୁଗୁଳ : ଏକ ଗୋଦାମରୁ ଦୁଇଚକିଆ ଗାଡ଼ିର ପାର୍ଟସ ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କିଶୋରନଗର ବ୍ଲକ୍ ବାଘୁଆମୁଣ୍ଡା ଗାଁର ବାବୁଲାଲ ଦେହୁରୀ(୨୭), ଗୁରୁଜାଙ୍ଗ ଗାଁର ଦୀପୁନ ଧଳ(୨୫) ଓ ବାପୁନ ଧଳ(୨୨), ରେଢ଼ାଖୋଲର ସଂଜିତ ବେହେରା(୧୯) ଏବଂ ହରଭଙ୍ଗାର ଶ୍ରୀକୃଷ୍ଣ ସାହୁ (୨୦)।
ସୂଚନା ମୁତାବକ, ଗତ ୨୫ ତାରିଖ ରାତିରେ ଏହି ୫ଜଣ ଆଉ ୨ ଲୋକଙ୍କ ସହ ମିଶି ଛେଳିଆପଡ଼ାର ପ୍ରମୋଦ ସାହୁଙ୍କର ଅନୁଗୁଳ ସହର ଉପକଣ୍ଠ ଖଲାରିରେ ଥିବା ଗୋଦାମରେ ପଶିଥିଲେ। ସେଠାରୁ ବାଇକ୍ ପାର୍ଟସ ସବୁ ରହିଥିଲା। ଏଥିରୁ ପ୍ରାୟ ୭ ଲକ୍ଷ ଟଙ୍କାର ପାର୍ଟସ ଗୋଟିଏ ବୋଲେରୋ ଓ ଗୋଟିଏ ପିକ୍ ଅପ୍ ଭ୍ୟାନ୍ରେ ନେଇ ସେମାନେ ଫେରାର୍ ହୋଇଯାଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରିଥିଲା। ଏମାନଙ୍କୁ କିଶୋରନଗରରୁ ଗିରଫ କରାଯାଇଛି।
ଗୋଦାମରୁ ଦୁଇଚକିଆ ଗାଡ଼ିର ପାର୍ଟସ ଚୋରି ଅଭିଯୋଗ, ୫ ଗିରଫ
