ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଶଙ୍ଖପୁର ଗାଁର ଏକ ଚୋରି ଘଟଣାରେ ପୁଲିସ ସୋମବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଯେ, ୨୦୨୧ ଅକ୍ଟୋବର ୧୦ ତାରିଖରେ ଶଙ୍ଖପୁର ଗାଁର ଦୁଷ୍ମନ୍ତ ଦେହୁରୀଙ୍କ ଘର ଆଜବେଷ୍ଟସ୍ ଭାଙ୍ଗି ୪ ସେଟ କଂସା ବାସନ, ୬୦ ହଜାର ଟଙ୍କା ୨ଟି ସୁନାମୁଦି ଚୋରି ହୋଇଥିଲା। ଏ ନେଇ ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରିଥିଲା। ଅକ୍ଟୋବର ୨୦ ତାରିଖରେ ପୋକତୁଙ୍ଗା ଗାଁର ଗୋକୁଳା ନାଏକ(୨୧)ଙ୍କୁ ଗିରଫକରି ତାଙ୍କଠାରୁ କଂସା ବାସନ ଜବତ କରିଥିଲା। ଏଥିରେ ସମ୍ପୃକ୍ତ ଅନ୍ୟ ୨ ଅଭିଯୁକ୍ତ ଫେରାର ଥିଲେ। ପୁଲିସ ସୋମବାର ଶଙ୍ଖପୁର ଗାଁରୁ ବବୁଲ ଓରଫ ରାଜେଶ୍ ଦେହୁରୀ(୨୪) ଓ ଚିନୁ ଓରଫ ଚିନ୍ମୟ ବେହେରା(୧୯) ଙ୍କୁ ଗିରଫକରି ସୋମନଙ୍କଠାରୁ ୨୭ଟି କଂସା ବାସନ ଜବତ କରିଛି। ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
1
f600b249-5c54-442c-a949-d6bc81000fab