ଅନୁଗୁଳ: ହୋଣ୍ଡା ମୋଟର ସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆର ଅଧୀକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାରେ ଆଜି ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକ ସମାବେଶ ଆୟୋଜିତ ହୋଇଛି। ଏହି ସମାରୋହରେ ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକମାନେ ଯୋଗ ଦେଇଥିଲେ। ଏ ଅବସରରେ ଗ୍ରାହକଙ୍କୁ ହୋଣ୍ଡା ୟୁନିକର୍ଣ୍ଣ ନେଇଥିବାରୁ କମ୍ପାନୀ ଧନ୍ୟବାଦ ଜଣାଇଥିଲା। କାର୍ଯ୍ୟକ୍ରମରେ ଗ୍ରାହକଙ୍କୁ ଗାଡ଼ିର ରକ୍ଷଣାବେକ୍ଷଣ ଓ ଅନ୍ୟାନ୍ୟ ସୁବିଧା ବିଷୟରେ ଅବଗତ କରାଯାଇଥିଲା।
ଏବେ ହୋଣ୍ଡା ୟୁନିକର୍ଣ୍ଣ ପାଇଁ ସ୍ୱତନ୍ତ୍ର ଏକ୍ସଚେଞ୍ଜ ଏବଂ ଫାଇନାନ୍ସର ବ୍ୟବସ୍ଥା କରାଯାଇଛି। ଏଥିରେ ଗ୍ରାହକ କମ୍ ଡାଉନ ପେମେଣ୍ଟ ଏବଂ କମ୍ ସୁଧରେ ସହଜରେ ଋଣ ନେଇ ଗାଡ଼ି କିଣିପାରିବେ। ଶେଷରେ ଲକ୍ଷ୍ମୀ ହୋଣ୍ଡାର ସମସ୍ତ କର୍ମଚାରୀ ଉପସ୍ଥିତ ଗ୍ରାହକଙ୍କୁ ଧନ୍ୟବାଦ ଜଣାଇଥିଲେ।