ଆସନ୍ତାକାଲିଠୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

You are currently viewing ଆସନ୍ତାକାଲିଠୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

ଅନୁଗୁଳ: ୨୧ ରୁ ଚାରିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅକ୍ଟୋବର ୨୧ରେ ସେ ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧରେ ଥିବା ଅଲେଖ ମହିମା ଆଶ୍ରମରେ ପୂଜ୍ୟ ସନ୍ଥ ବିଦ୍ୟାଧର ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବେ। ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ତାଳଚେରର ଦୟାଲ ନଗର ଠାରେ ରାତ୍ରିଯାପନ କରିବେ। ଅକ୍ଟୋବର ୨୨ ରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସମ୍ବଲପୁର ଜିଲ୍ଲା ଗସ୍ତ କରି ବୁର୍ଲାରେ ରାତ୍ରିଯାପନ କରିବେ। ଅକ୍ଟୋବର ୨୩ରେ ସମ୍ବଲପୁର ଓ ଦେବଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଅକ୍ଟୋବର ୨୪ ଅନୁଗୁଳ ଜିଲ୍ଲାର ପାଳଲହଡାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସନ୍ଧ୍ୟାରେ ତାଳଚେର ସାଉଥ ବଲଣ୍ଡା ଠାରେ ରାବଣ ପୋଡି ଉତ୍ସବରେ ଯୋଗଦେବେ। ସେଠାରୁ ଢେଙ୍କାନାଳ ଯାଇ ସେଠାରେ ମଧ୍ୟ ରାବଣ ପୋଡି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି।

Share

Leave a Reply