ଦୁଇଦିନିଆ ତାଳଚେର ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଭଗୱନ୍ତ ଖୁବା, ପ୍ଲାଣ୍ଟ ବୁଲିବା ସହ ଶୀଘ୍ର କାମ ସାରିବାକୁ ଦେଲେ ନିର୍ଦ୍ଦେଶ

You are currently viewing ଦୁଇଦିନିଆ ତାଳଚେର ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଭଗୱନ୍ତ ଖୁବା, ପ୍ଲାଣ୍ଟ ବୁଲିବା ସହ ଶୀଘ୍ର କାମ ସାରିବାକୁ ଦେଲେ ନିର୍ଦ୍ଦେଶ

ତାଳଚେର: ଦୁଇ ଦିନିଆ ଗସ୍ତରେ ଆସି ଆଜି ତାଳଚେରରେ ପହଞ୍ଚିଛନ୍ତି ରାଷ୍ଟ୍ର ସାର, ରସାୟନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ବିଭାଗ ମନ୍ତ୍ରୀ ଭଗୱନ୍ତ ଖୁବା। ମନ୍ତ୍ରୀ ବିକ୍ରମପୁର ଅତିଥି ଭବନ ଠାରେ ପହଞ୍ଚିବା ପରେ ଟିଏଫ୍ଏଲ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏ ଅବସରରେ ମନ୍ତ୍ରୀ ପ୍ଲାଣ୍ଟ ପରିସରରେ ବୃକ୍ଷରୋପଣ କରିବା ସହ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ତା’ ପରେ ସେ ପ୍ଲାଣ୍ଟର ମଡେଲ ପରିଦର୍ଶନ କରିଥିଲେ।

ପରେ ପ୍ଲାଣ୍ଟ ପରିସରରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ମନ୍ତ୍ରୀ ପ୍ରକଳ୍ପର ଅଗ୍ରଗତି ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ।

Share

Leave a Reply