ଅନୁଗୁଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୁଳ ଜିଲ୍ଲା ଡେରଜାଙ୍ଗ ଠାରେ ନୂତନ ‘ବୋଟିଂ ସୁବିଧା’ର ଉଦ୍ଘାଟନ କରିଛନ୍ତି। ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ପର୍ଯ୍ୟଟନ ଶିଳ୍ପ ସମୃଦ୍ଧ ହେବା ସହ ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଡେରଜାଙ୍ଗ ଏବେ ଏକ ଅତ୍ୟାଧୁନିକ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଛି, ଯେଉଁଠାରେ ସ୍ପିଡ୍ ବୋଟ୍ ଓ ଜେଟ୍ ସ୍କି ଭଳି ସୁବିଧା ଉପଲବ୍ଧ ହେବ। ଆଗାମୀ ଦିନରେ ଏଠାରେ ଏକ ‘ଇକୋ ଲଜ୍’ ମଧ୍ୟ ନିର୍ମାଣ କରାଯିବ। ପରେ ବଡ଼କେରଜାଙ୍ଗ ମଣ୍ଡଳରେ ଆୟୋଜିତ ‘ନାଗରିକ ସମ୍ବର୍ଦ୍ଧନା ସଭା’ରେ ଯୋଗଦେଇ ସେ ଗରିବ କଲ୍ୟାଣ ଏବଂ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି।
ଡେରଜାଙ୍ଗ ଡ୍ୟାମ୍ରେ ବୋଟିଂ ସୁବିଧାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- Post published:March 21, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul



