ଅନୁଗୁଳ : ଦୁଇ ଦିନ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଆସନ୍ତା ଫେବ୍ରୁଆରୀ ୨୨ ତାରିଖ ରାତିରେ ଅନୁଗୁଳ ଠାରେ ପହଞ୍ଚି ରାତ୍ର ଯାପନ କରିବେ। ଫେବ୍ରୁଆରୀ ୨୩ ସକାଳ ସାତଟାରେ ସେ ଅନୁଗୁଳରୁ ବାହାରି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଆମ୍ବିଠିରେ ମା’ ବନଦୁର୍ଗା ମନ୍ଦିରରେ ପହଞ୍ଚି ଆଶୀର୍ବାଦ ନେବେ। ସେଠାରୁ ବାହାରି ତଳମୂଳ ଗ୍ରାମରେ ମା’ କନକ ଦୁର୍ଗା ମନ୍ଦିରରେ ଦର୍ଶନ କରିବେ। ସେଠାରୁ ଆସି ବଅଁରପାଳ ଅଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଭୂମି ପୂଜନ କରିବେ।
ଦିନ ୧୧ ଟାରେ ଅନୁଗୁଳ ଟାଉନ ହଲରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ ଶୁଣିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ନିକ୍ଷା ମିତ୍ରର ଉଦଘାଟନ କରିବେ। ପରେ ଅପରାହ୍ନରେ ଏମସିଏଲର ଆରପିଡ଼ିଏସି ବୈଠକରେ ଯୋଗଦେବେ। ରବିବାର ରାତିରେ ହିଁ ସେ ଅନୁଗୁଳରୁ ସମ୍ବଲପୁର ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ମିଡିଆ ସେଲ ପକ୍ଷରୁ ସୂଚନା ଦିଆଯାଇଛି।
