ବଇଣ୍ଡା ଓ ନାକଚି ସେକ୍ସନ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ଦେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

You are currently viewing ବଇଣ୍ଡା ଓ ନାକଚି ସେକ୍ସନ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ଦେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଅନୁଗୁଳ ଜିଲ୍ଲା ବଇଣ୍ଡା ସେକ୍ସନ ଓ ନାକଚି ଠାରେ ଜାତୀୟ ରାଜପଥ କାର୍ଯ୍ୟର ଅଗ୍ରଗତି ନେଇ ଏନଏଚ୍ଏଆଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ-୫୫ ନମ୍ବର ସହ ସଂଯୋଗ ହୋଇଥିବା ବଇଣ୍ଡା ସେକ୍ସନରେ ନିର୍ମାଣାଧୀନ ଓଭରବ୍ରିଜ କାମ ଚାଲୁ ରହିଛି । ଏହା ସମ୍ପୂର୍ଣ୍ଣ ହେବା ପରେ ତଳେ ଅଣ୍ଡରପାସରେ ଗୋଟିଏ ସ୍ପାନ ପରିବର୍ତ୍ତେ ଦୁଇଟି ସ୍ପାନ୍ କରିବା ପାଇଁ ଲୋକଙ୍କ ଅପେକ୍ଷା ରହିଛି । ଆଠମଲ୍ଲିକ ଧୀରେ ଧୀରେ ସହର ରୂପ ନେଉଛି । ଦୁଇଟି ସ୍ପାନ ହେଲେ ଭବିଷ୍ୟତ ପାଇଁ କାମରେ ଆସିବ। ସେହିପରି ନାକଚି ଠାରେ ଜାତୀୟ ରାଜପଥ କାର୍ଯ୍ୟ ମଧ୍ୟ ଜାରି ରହିଛି। ଜନସାଧାରଣଙ୍କ ସୁବିଧା ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେବାକୁ ଏନଏଚ୍ଏଆଇର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Share

Leave a Reply