‘ବାଜିରାଉତ ଛାତ୍ରାବାସ’ ଓ ‘ମାଳତୀ ଦେବୀ ଆଶ୍ରମ’ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ, ଦେଲେ ଶ୍ରଦ୍ଧାଞ୍ଜଳି

You are currently viewing ‘ବାଜିରାଉତ ଛାତ୍ରାବାସ’ ଓ ‘ମାଳତୀ ଦେବୀ ଆଶ୍ରମ’ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ, ଦେଲେ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଓ ନାରୀ ନେତ୍ରୀ ସ୍ୱର୍ଗତ ମାଳତୀ ଚୌଧୁରୀଙ୍କ ଦ୍ୱାରା ଅନୁଗୁଳରେ ପ୍ରତିଷ୍ଠିତ ‘ବାଜି ରାଉତ ଛାତ୍ରାବାସ’ ସହ ‘ମାଳତୀ ଦେବୀ ଆଶ୍ରମ’ ପରିଦର୍ଶନ କରିଛନ୍ତି।

ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଆଶ୍ରମ’ ପରିସରରେ ଥିବା ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଓ ସ୍ୱର୍ଗତ ମାଳତୀ ଚୌଧୁରୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଛାତ୍ରାବାସ ଓ ଆଶ୍ରମର ଉନ୍ନତି ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ମାଳତୀ ଦେବୀଙ୍କ ଦାୟାଦ ଓ ଆଶ୍ରମର ସଦସ୍ୟ ମାନଙ୍କ ସହ ମଧ୍ୟ ବିଚାରବିମର୍ଶ କରିଥିଲେ ।

କେନ୍ଦ୍ର ମନ୍ତ୍ରୀ କହିଥିଲେ, ମାଳତୀ ଦେବୀ ଥିଲେ ନାରୀ ସଶକ୍ତିକରଣର ଅନ୍ୟତମ ପ୍ରତୀକ। ଦେଶର ସ୍ୱାଧୀନତା ସଂଗ୍ରାମରେ ଶିକ୍ଷା ଓ ନାରୀ ଶକ୍ତିକୁ ଯଥେଷ୍ଟ ଗୁରୁତ୍ୱ ଦେବା ସହ ସମାଜବାଦ, ଚାଷୀ ଓ ଭୂଦାନ ସହ ଅନେକ ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ପାଇଁ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନବ୍ୟାପୀ ଅବଦାନ ଚିର ଆଦର୍ଶ ହୋଇ ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Share

Leave a Reply