ଅନୁଗୁଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନୂଆ ଓଡିଶା ଯୋଜନା ଅଧୀନରେ ମୋବାଇଲ ଫୋନ୍ ହାର୍ଡୱେର୍ ମରାମତି ତାଲିମ ପ୍ରାପ୍ତ ୨୪ ଜଣ ମହିଳା ପ୍ରଶିକ୍ଷାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ପ୍ରଶାସନ, ଅନୁଗୁଳ ଓ ସ୍କିଲ୍ କନେକ୍ଟ ସର୍ଭିସେସ୍ ଏଲ୍ଏଲ୍ପି ସହଯୋଗରେ ଚନ୍ଦ୍ରବାହାଲସ୍ଥିତ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟରରେ ଏହି ତାଲିମ କାର୍ଯ୍ୟକ୍ରମ ପରିଚାଳିତ ହୋଇଛି। ତାଲିମ ସମାପ୍ତ ପରେ ପ୍ରଶିକ୍ଷାର୍ଥୀମାନେ ଟାଟା ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ରେ କାର୍ଯ୍ୟରତ ହେବେ।
ମହିଳା ପ୍ରଶିକ୍ଷାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ
- Post published:September 16, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul
