କାଲି ଦୁଇଦିନିଆ ଗସ୍ତରେ ଅନୁଗୁଳ ଆସୁଛନ୍ତି କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

You are currently viewing କାଲି ଦୁଇଦିନିଆ ଗସ୍ତରେ ଅନୁଗୁଳ ଆସୁଛନ୍ତି କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ଅନୁଗୁଳ: କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆସନ୍ତା ୭ ଓ ୮ ତାରିଖ ଦୁଇ ଦିନିଆ ଅନୁଗୁଳ ଗସ୍ତରେ ଆସୁଛନ୍ତି। ୭ ତାରିଖ ଅପରାହ୍ନରେ ଅନୁଗୁଳରେ ପହଞ୍ଚି ସେ ମାଳତୀ ଚୌଧୁରୀ ଆଶ୍ରମ ପରିଦର୍ଶନ କରିବା ସହ ଗୁଣ୍ଡିଚା ମନ୍ଦିରରେ ପୂଜା କରିବେ। ତା ପରେ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଢେଙ୍କାନାଳ ଲୋକସଭା କ୍ଷେତ୍ର ଏବଂ ଅନୁଗୁଳ ବିଧାନସଭା କ୍ଷେତ୍ରର ବିଭିନ୍ନ ବର୍ଗର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏ ଅବସରରେ ସେ ସ୍ଥାନୀୟ ବ୍ୟକ୍ତିଙ୍କ ଘରେ ରାତ୍ରିଭୋଜନ କରିବା ସହ କଣିହାଁ ଏନଟିପିସିରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି।

୮ ରେ ସେ କଣିହାଁରେ ଅନନ୍ତ ଶୟନ ଦର୍ଶନ କରିବା ସହ ତାଳଚେର ବିଧାନସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଯୋଗ ଦେବେ। ଅପରାହ୍ନରେ ପୂର୍ବ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି।

Share

Leave a Reply