ଲୋକାର୍ପିତ ବନ୍ଦେ ଭାରତ ଏକ୍ସପ୍ରେସରେ ଢେଙ୍କାନାଳ ଓ ଅନୁଗୁଳ ଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

You are currently viewing ଲୋକାର୍ପିତ ବନ୍ଦେ ଭାରତ ଏକ୍ସପ୍ରେସରେ ଢେଙ୍କାନାଳ ଓ ଅନୁଗୁଳ ଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ/ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ପରେ ସେହି ଟ୍ରେନରେ ଢେଙ୍କାନାଳ ଓ ଅନୁଗୁଳ ଗସ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏ ଅବସରରେ ଢେଙ୍କାନାଳ, ଅନୁଗୁଳ ଓ ତାଳଚେରରେ ମାତୃଶକ୍ତିଙ୍କ ଦ୍ୱାରା କେନ୍ଦ୍ରମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆମ ଅଞ୍ଚଳ ପାଇଁ ଆନନ୍ଦର ମୁହୂର୍ତ୍ତ। ଏହା ଦ୍ୱାରା ଅନୁଗୁଳ, ତାଳଚେର, ଢେଙ୍କାନାଳ ଓ ସମ୍ବଲପୁର ଲୋକମାନେ ସୁବିଧା ପାଇବେ । ପୂର୍ବରୁ ଗତ ମେ’ ମାସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମେ ପୁରୀ-ହାଓ୍ୱଡ଼ା ବନ୍ଦେ ଭାରତ ଟ୍ରେନର ଲୋକାର୍ପଣ ହୋଇଥିଲା। ଆଜି ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ଶୁଭାରମ୍ଭ ହୋଇଛି ବୋଲି ସେ କହିଥିଲେ।

Share

Leave a Reply