ପୂର୍ବଶତ୍ରୁତାରୁ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ହାତ ଓ ପିଠିକୁ ହାଣିଲେ ଦୁର୍ବୃତ୍ତ

You are currently viewing ପୂର୍ବଶତ୍ରୁତାରୁ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ହାତ ଓ ପିଠିକୁ ହାଣିଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ରାଧାରମଣପଡା ଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଏଥିରେ ଲିଙ୍ଗିରାଯୋଡି ଅଞ୍ଚଳର ବାପି ଓରଫ ସତ୍ୟଜିତ ପ୍ରଧାନ ଗୁରୁତର ହୋଇଛନ୍ତି। ବାପିର ବାମ ହାତରେ ଗଭୀର ଆଘାତ ହୋଇଥିବା ବେଳେ ପିଠିରେ ଖଣ୍ଡା ଛୋଟ ବସିଛି।

ସୂଚନା ମୁତାବକ, ବୁଧବାର ରାତି ୯ ଟାରେ ବାପି ରାଧାରମଣପଡାର ଏକ ଫାଷ୍ଟ ଫୁଡ ଦୋକାନ ସମ୍ମୁଖରେ ଛିଡା ହୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ପରେ ସେମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ବାପିର ଅନୁଗୁଳ ସହର କିଛି ଯୁବକଙ୍କ ସହ ଶତ୍ରୁତାକୁ ନେଇ ଏହି ମରଣାନ୍ତକ ଆକ୍ରମଣ ହୋଇଥିବା ଚର୍ଚ୍ଚା ହେଉଛି। ଏ ନେଇ ଅନୁଗୁଳ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Share

Leave a Reply