ଅନନ୍ୟ ଜଗନ୍ନାଥ ଭକ୍ତି:୮୯ ବର୍ଷରେ ପୁରୀ ରଥଯାତ୍ରା ଯାଉଛନ୍ତି ଗୋଲାପ ସାହୁ

You are currently viewing ଅନନ୍ୟ ଜଗନ୍ନାଥ ଭକ୍ତି:୮୯ ବର୍ଷରେ ପୁରୀ ରଥଯାତ୍ରା ଯାଉଛନ୍ତି ଗୋଲାପ ସାହୁ

ଅନୁଗୁଳ: ବୟସ ୮୯, ଅଣ୍ଟା ନଇଁ ଗଲାଣି, ଆଖିକୁ ଭଲ ଦିଶୁନି ହେଲେ ଜଗନ୍ନାଥଙ୍କ ପ୍ରତି ରହିଛି ତାଙ୍କର ଅସୁମାରୀ ଶ୍ରଦ୍ଧା। ଶୟନେ,ସ୍ୱପନେ, ଜାଗରଣେ ସେ ଜଗନ୍ନାଥଙ୍କୁ ହିଁ ଦେଖନ୍ତି। ଜୀବନର ସବୁକିଛି ସେ ଜଗନ୍ନାଥଙ୍କୁ ହିଁ ସମର୍ପି ଦେଇଛନ୍ତି। ସେ ହେଲେ ଅନୁଗୁଳ ବଜାରର  ଯୁବନେତା ସୌମ୍ୟରଞ୍ଜନ ସାହୁଙ୍କ ଆଇ। ଗତ ତିରିଶ ବର୍ଷ ଧରି ସେ ପୁରୀ ରଥଯାତ୍ରା ଯାଉଛନ୍ତି। ନାତି ଶ୍ରୀ ସାହୁ ଏଥିରେ ସହଯୋଗ କରୁଛନ୍ତି। ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ରେ ପଶି ଠାକୁରଙ୍କୁ ରଥରେ ଦେଖିବାକୁ ତାଙ୍କ ପ୍ରବଳ ଆଗ୍ରହ।ପରିବାର ଲୋକେ ଯେତେ ମନାକଲେ ବି ମାନନ୍ତି ନାହିଁ। ସେ ଯିବେ ମାନେ ଯିବେ। ଗୋଲାପଙ୍କ ଜିଦ୍ ଆଗରେ ସମସ୍ତେ ହାର ମାନନ୍ତି।ଜଗନ୍ନାଥଙ୍କୁ ରଥରେ ଦେଖିଲା ପରେ ସେ ଆହାର ଗ୍ରହଣ କରନ୍ତି।

ଗୋଲାପ ସାହୁଙ୍କ ଏଭଳି ଜଗନ୍ନାଥ ଭକ୍ତି ଦେଖି ପଡୋଶୀ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ତାଙ୍କର ମନବଳ ଓ ଭକ୍ତିର ସତରେ ପଟାନ୍ତର ନାହିଁ।

Share

Leave a Reply