ନିଃସ୍ୱାର୍ଥପର ସେବାର ଅନନ୍ୟ ଉଦାହରଣ: ଅସହାୟ ବୃଦ୍ଧଙ୍କ ଶବକୁ କାନ୍ଧ ଦେବାଠୁ ଦଶାହ ଯାଏଁ ନିଜ ଖର୍ଚ୍ଚରେ ସବୁ କାମ କଲେ ଗାଁ ଲୋକ

You are currently viewing ନିଃସ୍ୱାର୍ଥପର ସେବାର ଅନନ୍ୟ ଉଦାହରଣ: ଅସହାୟ ବୃଦ୍ଧଙ୍କ ଶବକୁ କାନ୍ଧ ଦେବାଠୁ ଦଶାହ ଯାଏଁ ନିଜ ଖର୍ଚ୍ଚରେ ସବୁ କାମ କଲେ ଗାଁ ଲୋକ

ଅନୁଗୁଳ: ବର୍ତ୍ତମାନ ଲୋକମାନେ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିବା ବେଳେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ହମାମିରା ଗ୍ରାମବାସୀ ନିଃସ୍ୱାର୍ଥପର ଭାବେ ଗାଁର ଜଣେ ଅସହାୟ ବୃଦ୍ଧଙ୍କ ଶେଷକୃତ୍ୟ କରିଛନ୍ତି। ଖାଲି ସେତିକି ନୁହେଁ, ଗ୍ରାମବାସୀ ଚାନ୍ଦା କରି ତାଙ୍କର ଦଶାହ ଓ ଏକାଦଶାହ କର୍ମ ବି କରିଛନ୍ତି। ସମସ୍ତଙ୍କ ପାଇଁ ଲୁଗାପଟା କରିବା ସହ ଗାଁ ଲୋକ ନିଜ ଖର୍ଚ୍ଚରେ ଭୋଜିଭାତ ବି ଦେଇଛନ୍ତି।

ସୂଚନା ମୁତାବକ, ହମାମିରା ଗାଁର ରାମଚନ୍ଦ୍ର ବେହେରାଙ୍କ ୮୪ ବର୍ଷ ବୟସ‌ରେ ପରଲୋକ ହୋଇଥିଲା। ତାଙ୍କର ପୁଅ ନାହାନ୍ତି। ଝିଅ ୫ ଜଣ କେବେଠାରୁ ବାହା ହେଇ ସାରିଲେଣି। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଗାଁ ଲୋକେ ତାଙ୍କୁ ସାହାଯ୍ୟ କରିଛନ୍ତି।
ଶବକୁ କାନ୍ଧ ଦେବାଠୁ ଆରମ୍ଭ କରି ଦଶାହ କର୍ମ ଯାଏଁ ସବୁ କିଛି ଗାଁ ଲୋକଙ୍କ ସହଯୋଗରେ ହୋଇଛି। ଗାଁ ଲୋକଙ୍କ ଏହି ମହାନତା ନିଶ୍ଚିତଭାବେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ।

Share

Leave a Reply