ନେତାଜୀ ଶିଶୁ ଉଦ୍ୟାନର ଶିରୀ ତୁଟିଲାଣି

You are currently viewing ନେତାଜୀ ଶିଶୁ ଉଦ୍ୟାନର ଶିରୀ ତୁଟିଲାଣି

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ସ୍ଥାପିତ ଶିମିଳିପଡ଼ା ନେତାଜୀ ଶିଶୁ ଉଦ୍ୟାନର ଶିରୀ ନଷ୍ଟ ହେବାକୁ ବସିଥିବା ବେଳେ ଏଥି ପ୍ରତି କାହାରି ଦୃଷ୍ଟି ନାହିଁ। ଉଦ୍ୟାନଟି ୯ ବର୍ଷ ତଳେ ସ୍ଥାନୀୟ ପିଲାମାନଙ୍କ ମନୋରଞ୍ଜନ ପାଇଁ ଉଦ୍ୟାନଟି ନିର୍ମାଣ କରାଯାଇଥିଲା ଏହି ପାର୍କରେ ନେତାଜୀ ସୁଭାଷ ବୋଷଙ୍କ ପୂର୍ଣ ଅବୟବ ପ୍ରତିମୂର୍ତ୍ତି ନିର୍ମାଣ କରାଯିବା ସହ ଫୁଲ ଗଛ, ପିଲାଙ୍କ ପାଇଁ ଦୋଳି ଆଦି ନିର୍ମାଣ କରଯାଇଥିଲା। କିଛି ବର୍ଷ ପରେ ପ୍ରତିମୂର୍ତ୍ତି ଭାଙ୍ଗିଯିବା ସହ ଭିତରେ ଥିବା ଦୋଳି ଆଦି ଖରାପ ହୋଇଯାଇଥିଲା। ୨୦୨୩ ମସିହାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନାରେ ଏହି ପାର୍କର ଉନ୍ନତି କରଣ ପାଇଁ ପ୍ରାୟ ସାତ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। କିନ୍ତୁ ଏବେ ରକ୍ଷଣାବେକ୍ଷଣ ଅଭାବରୁ ପାର୍କ ପୁଣି ତାର ସୌନ୍ଦର୍ଯ୍ୟ ହରାଇ ବସିଛି.। ପାର୍କରେ ଗଛ ବୃଛ ମରିଗଲାଣି। ନୂଆ ଗଛ ଲଗାଯିବାର ଆବଶ୍ୟକତା ଅଛି। ନେତାଜୀଙ୍କ ପ୍ରତିମୂର୍ତ୍ତିରେ ବହଳେ ଧୂଳି ଜମି ଗଲାଣି। ପାର୍କ ଭିତର ନିୟମିତ ଝାଡୁ ହେଉନାହିଁ। କାନ୍ଥ ବାଡ ରଙ୍ଗ ହେଉନି। ଆଉ ଦୁଇ ଦିନ ପରେ ନେତାଜୀ ଜୟନ୍ତୀ। ତେଣୁ ପାର୍କର ଉନ୍ନତି ପାଇଁ ଦୃଷ୍ଟି ଦେବାକୁ ଦାବି ହେଉଛି।

Share

Leave a Reply