ଅନୁଗୁଳ ଜିଲ୍ଲାରେ ରକ୍ତ ଅଭାବକୁ ନେଇ ”ଉତ୍କର୍ଷ ପରିବାର”ର ଆଲୋଚନା ଚକ୍ର

You are currently viewing ଅନୁଗୁଳ ଜିଲ୍ଲାରେ ରକ୍ତ ଅଭାବକୁ ନେଇ ”ଉତ୍କର୍ଷ ପରିବାର”ର ଆଲୋଚନା ଚକ୍ର

ଅନୁଗୁଳ: ଆଜି ଅନୁଗୁଳର ସ୍ଵେଚ୍ଛାସେବୀ ରକ୍ତଦାତାଙ୍କୁ ନେଇ ଅମଲାପଡା ସ୍ଥିତ ବାଣୀରୂପା ଷ୍ଟଡି ସେଣ୍ଟର ପ୍ରାଙ୍ଗଣରେ ସାମାଜିକ ଅନୁଷ୍ଠାନ “ଉତ୍କର୍ଷ ପରିବାର” ଆନୁକୂଲ୍ୟରେ ରକ୍ତ ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି l ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାରରେ କିଭଳି ରକ୍ତର ଅଭାବ ପରିଲକ୍ଷିତ ହେଉଛି, ବର୍ତ୍ତମାନ ରକ୍ତଦାନ କରିବା ପାଇଁ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କିଭଳି ଭାବରେ କରାଯିବ, ମହିଳାମାନେ ରକ୍ତଦାନ କରିବା ପାଇଁ ଆଗକୁ କିଭଳି ଆସିବେ, ନିୟମିତ ଭାବରେ ରକ୍ତଦାନ ଶିବିର କିଭଳି ଆୟୋଜନ କରାଯାଇପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା l

ଏହି ଆଲୋଚନାରେ ଅନୁଗୁଳର ବିଶିଷ୍ଟ ସ୍ଵେଚ୍ଛାସେବୀ ଚିନ୍ମୟୀ ଦାସ, ପର୍ଶୁରାମ ଦାସ, ଶକ୍ତି ପଟ୍ଟନାୟକ, ଆଇନଜୀବୀ ପ୍ରଦୀପ ଦେବତା, ଶିବାଶିଷ କର, କଳ୍ପତରୁ ବେହେରା, ଦୁଷ୍ମନ୍ତ କୁମାର ନାଥଙ୍କ ସହ ବହୁ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ଓଡିଶା ରକ୍ତଦାତା ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ l ଆଗାମୀ ଦିନରେ କିଭଳି ଭାବରେ ସରକାର ତଥା ଜିଲ୍ଲା ରକ୍ତଭଣ୍ଡାର ରକ୍ତଦାନ ସମ୍ବନ୍ଧୀୟ ସଚେତନତା ଶିବିର ଆୟୋଜନ କରିବେ ସେ ବିଷୟରେ ଜିଲ୍ଲାସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏକ ଆବେଦନପତ୍ର ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି l

Share

Leave a Reply