ବିଭିନ୍ନ ମଲ୍ଲ ତଦାରଖ କଲା ଅଗ୍ନିଶମ ବିଭାଗ

You are currently viewing ବିଭିନ୍ନ ମଲ୍ଲ ତଦାରଖ କଲା ଅଗ୍ନିଶମ ବିଭାଗ

ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ମଲ୍ଲରେ ରବିବାର ଅଗ୍ନିଶମ ବିଭାଗ ତାଫରୁ ଅଗ୍ନି ନିର୍ବାପନ ବ୍ୟବସ୍ଥାର ତଦାରଖ କରାଯାଇଛି। ଅନୁଗୁଳ ଅଗ୍ନିଶମ ବିଭଗର ଅଧିକାରୀମାନେ ବିଭାଗୀୟ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ସହରର ବିଭିନ୍ନ ମଲ୍ଲକୁ ଯାଇ ଫାୟାର ପ୍ରୀଭେନସନ ଆଣ୍ଡ ସେଫ୍ଟି ରୁଲ ୨୦୧୭ ଅନୁପାଳନ ହେଉଛି ନା ନାହିଁ ତାହା ଯାଞ୍ଚ କରିଥିଲେ। ବିଭାଗ ତରଫରୁ ଷ୍ଟାଇଲ ବଜାର, ରିଲାଏନ୍ସ ଷ୍ଟୋର ଏବଂ ଏମ ବଜାର ଯାଞ୍ଚ କରି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ନଥିବା ଦେଖିଥିଲେ। ସେମାନଙ୍କୁ ନୋଟିସ କରାଯିବ ଏବଂ ତ୍ରୁଟି ନ ସୁଧାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ଧଳ ପ୍ରକାଶ କରିଛନ୍ତି।

Share

Leave a Reply