ମାତ୍ର ୨୬ ବର୍ଷ ବୟସରେ ସ୍ୱର୍ଗତ ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତଙ୍କ ପରଲୋକ, ଲିଭରରେ ଥିଲା ସମସ୍ୟା

You are currently viewing ମାତ୍ର ୨୬ ବର୍ଷ ବୟସରେ ସ୍ୱର୍ଗତ ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତଙ୍କ ପରଲୋକ, ଲିଭରରେ ଥିଲା ସମସ୍ୟା

କଟକ : ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ ଦାସଙ୍କ ପରଲୋକ ଘଟିଛି। ବର୍ଷେ ତଳେ ମିହିର ଦାସଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ ତାଙ୍କ ସାନ ପୁଅଙ୍କ ମୃତ୍ୟୁ ଘଟିଛି। କଟକ ସ୍ଥିତ ବାସଭବନରେ ତାଙ୍କ ପରଲୋକ ହୋଇଛି।

ସୂଚନା ମୁତାବକ, ଗତ କିଛି ଦିନ ହେଲା ଅକ୍ଳାନ୍ତ ଲିଭର ଜନିତ ସମସ୍ୟା ଯୋଗୁଁ ଚିକିତ୍ସା ହେଉଥିଲେ। ପ୍ରାୟ ମାସେ ହେଲା ସେ ଏମ୍‌ସରେ ଚିକିତ୍ସାଧୀନ ଥିଲେ। ହେଲେ ମଙ୍ଗଳବାର ବିଳମ୍ବିତ ରାତିରେ ହଠାତ୍‌ ଅକ୍ଳାନ୍ତଙ୍କ ମୃତ୍ୟୁ ହୋଇଛି।

୧୯୯୬ ମସିହା ଅଗଷ୍ଟ ୧୮ରେ ଜନ୍ମଗ୍ରହଣ କରିଥିବା ଅକ୍ଲାନ୍ତ କଟକ ସ୍ଥିତ ଡିଏଭି ସ୍କୁଲରୁ ପଢା ଶେଷ କରିଥିଲେ। ଗତ ଏକ ମାସ ହେବ ତାଙ୍କର ବୃକକ ଜନିତ ସମସ୍ୟା ଥିବାରୁ ଚିକିତ୍ସା ଚାଲିଥିଲା । ବୁଧବାର ଦିନ ସତୀ ଚଉରାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା ।
ପ୍ରକାଶ ଯେ ୨୦୧୦ରେ ମିହିର ଦାସଙ୍କ ପତ୍ନୀ ଗାୟିକା ତଥା ଚଳଚ୍ଚିତ୍ର କଳାକାର ସଙ୍ଗୀତା ଦାସଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ଏହାପରେ ୨୦୨୧ ମସିହାରେ ମିହିର ଦାସଙ୍କ ପରଲୋକ ହୋଇଥିଲା। ଆଉ ଏବେ ତାଙ୍କ ସାନ ପୁଅ ଅକ୍ଲାନ୍ତ ଦାସଙ୍କର ବି ମୃତ୍ୟୁ ହୋଇଛି।

Share

Leave a Reply