ଭେଟରାନ ଫୁଟବଲ କପ୍ ୨୦୨୪: ଚାନ୍ଦ କ୍ଳବ୍, ନାଲକୋକୁ ହରାଇ ଚମ୍ପିୟାନ

You are currently viewing ଭେଟରାନ ଫୁଟବଲ କପ୍ ୨୦୨୪: ଚାନ୍ଦ କ୍ଳବ୍, ନାଲକୋକୁ ହରାଇ ଚମ୍ପିୟାନ

ଅନୁଗୁଳ: ଅନୁଗୁଳର ସୁନାମଧନ୍ୟ କ୍ରୀଡା ଶିକ୍ଷକ ସ୍ଵର୍ଗତ ପଦ୍ମଚରଣ ସିହ୍ନା ଓ ବ୍ୟବସାୟୀ ସ୍ବର୍ଗତ ଶିବାନନ୍ଦ ରାଉତଙ୍କ ସ୍ମୃତିରେ ଦୁଇ ଦିନିଆ ଭେଟରାନ କପ୍ ଫୁଟବଲ୍ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।ଏଥିରେ ଜିଲ୍ଲାର ଆଠଗୋଟି ଦଳ ଭାଗ ନେଇଥିଲେ। ଫାଇନାଲରେ ଚାନ୍ଦ କ୍ଳବ୍ ଅନୁଗୁଳ ୪-୦ ଗୋଲରେ ନାଇଟ କ୍ଳବ୍ ନାଲକୋକୁ ହରାଇ ଚମ୍ପିୟାନ ହୋଇଥିଲା ।ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଚମ୍ପିୟାନ ଚାନ୍ଦ କ୍ଳବ୍ କୁ ନଗଦ ଦଶ ହଜାର ଟଙ୍କା ଓ ଟ୍ରଫି ଏବଂ ନାଇଟ କ୍ଳବ୍ କୁ ନଗଦ ୬ ହଜାର ଟଙ୍କା ଓ ରନରସ ଅପ୍ ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ରୁପେ କାଉନସିଲର ଉଷାରାଣୀ ସାମଲ, ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ ଦାସ,ପୂର୍ବତନ ନଗରପାଳ
ପୂର୍ଣ୍ଣଚନ୍ଦ୍ର ରାଉତ,କ୍ରୀଡା ସଂସଦ ସଦସ୍ୟ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଅତିଥିମାନେ କିଛି କୃତୀ ଖେଳାଳୀଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ। ପୂର୍ବତନ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ନୀଳମଣି ରାଉତ,ପୂର୍ବତନ ସ୍କୁଲ
କ୍ରୀଡା ଶିକ୍ଷା ନିରୀକ୍ଷକ ପ୍ରଶାନ୍ତ କୁମାର୍ ସିହ୍ନା,ବୁଲୁ ରାଉତ ରାୟ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।ବସନ୍ତ ଦାସ ମ୍ୟାଚ୍ କମିଶନର ଦାୟିତ୍ଵ ତୁଲାଇଥିଲେ।

Share

Leave a Reply