ଅନୁଗୁଳ: ଜିଲ୍ଲାର ପ୍ରାଣୀ ଚିକିତ୍ସକ ମାନେ ଗତ ୧୮ ତାରିଖରୁ ସମୂହ ଛୁଟି ନେଇଛନ୍ତି।ସେମାନେ ଅଭିଯୋଗ କରିଛନ୍ତି ଏବେ ଅନେକ ପ୍ରାଣୀ ପାଳକ ମାନେ ବଡ଼ବଡ଼ ଫାର୍ମ ମାନ କରି ସରକାର ଓ ବିଭାଗ ଠାରୁ ଅନେକ ସୁବିଧା ଦାବି କରିଛନ୍ତି। କିନ୍ତୁ ଅନ୍ୟ ପକ୍ଷରେ ପ୍ରାଣୀ ଚିକିତ୍ସକ ମାନେ କମ ଦରମାରେ ଦିନରାଟି ଖଟୁଛନ୍ତି। ୧୯୧୦ ଚିକିତ୍ସକ ସ୍ଥାନରେ ୧୩୦୦ ଷ୍ଟାଫ୍ ଅଛନ୍ତି। ସେମାନଙ୍କୁ କୌଣସି ସରକାରୀ ସୁବିଧା ମିଳୁନାହିଁ। ଘରୋଇ ସେବା ଯଦି କଲେ ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି। ଏଣୁ ପ୍ରାଣୀ ଚିକିତ୍ସକଙ୍କ ଦାବି ପୁରଣ ନ ହେଲେ ସମୂହ ଛୁଟି ଚାଲୁ ରହିବ ବୋଲି ସଂଘର କର୍ମକର୍ତ୍ତା କହିଛନ୍ତି ।
ସମୂହ ଛୁଟିରେ ପ୍ରାଣୀ ଚିକିତ୍ସକ
- Post published:January 22, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul