‘ଦୁର୍ନୀତି ନ ହଟିଲେ ବିକାଶ ଅସମ୍ଭବ’, ଦୁର୍ନୀତି ନିବାରଣ ସପ୍ତାହ ପାଳନରେ ମତବ୍ୟକ୍ତ କଲେ ଅଧିକାରୀ

You are currently viewing ‘ଦୁର୍ନୀତି ନ ହଟିଲେ ବିକାଶ ଅସମ୍ଭବ’, ଦୁର୍ନୀତି ନିବାରଣ ସପ୍ତାହ ପାଳନରେ ମତବ୍ୟକ୍ତ କଲେ ଅଧିକାରୀ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ କୁକୁଡ଼ାଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଛି। ତାଳଚେର ଟିଏଫ୍ଏଲ ସିଆଇଏସଏଫ୍ ୟୁନିଟ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁକୁଡ଼ାଙ୍ଗ ସରପଞ୍ଚ ପାରିଜାତ ସେଠୀ, ପୂର୍ବତନ ସରପଞ୍ଚ ତଥା ବିଜେପି ଜିଲ୍ଲା ଉପସଭାପତି ଅମିୟ ତ୍ରିପାଠୀ, ନାଏବ ସରପଞ୍ଚ ରୋହିତ ନାଏକ, ସିଆଇଏସଏଫ୍ ୟୁନିଟ ଟିଏଫ୍ଏଲ ତାଳଚେରର ପଦାଧିକାରୀ କମ୍ପାନୀ କମାଣ୍ଡର, ଏ କେ ମିଶ୍ର, ସବ ଏଗୁଜିକ୍ୟୁଟିଭ ରୀତା ସରକାର, କ୍ରାଇମ୍ ଏଣ୍ଡ ଇନଭେଷ୍ଟିଙ୍ଗ ୱିଙ୍ଗ ସତ୍ୟାନନ୍ଦ ସାମଲଙ୍କ ସମେତ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ସିଆଇଏସଏଫ୍ ପଦାଧିକାରୀ ଓ ପଞ୍ଚାୟତ କାର୍ଯ୍ୟକର୍ତ୍ତା ଦୁର୍ନୀତି ନିବାରଣ ସଚେତନତା ବିଷୟରେ ଆଲୋଚନା କରିଥିଲେ। ଦେଶରୁ ଦୁର୍ନୀତି ନ ହଟିଲେ ବିକାଶ ହୋଇପାରିବ ନାହିଁ ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।

Share

Leave a Reply