ନାଲକୋରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ, ଦୁର୍ନୀତିକୁ ବିରୋଧ କରିବାକୁ ଶପଥ ନେଲେ କର୍ମଚାରୀ

You are currently viewing ନାଲକୋରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ, ଦୁର୍ନୀତିକୁ ବିରୋଧ କରିବାକୁ ଶପଥ ନେଲେ କର୍ମଚାରୀ

ଅନୁଗୁଳ: ସ୍ଥାନୀୟ ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ) ଠାରେ ଭିଜିଲାନ୍ସ ସଚେତନତା ସପ୍ତାହ ୨୦୨୩ ଉଦଘାଟିତ୍ ହୋଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ଅପରେଟିଂ ୟୁନିଟର କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଚଳିତବର୍ଷ ଭିଜିଲାନ୍ସ ସଚେତନତା ସପ୍ତାହର ଥିମ ରହିଛି “ଦୁର୍ନୀତିକୁ ନା’ କୁହ; ଦେଶ ପ୍ରତି ପ୍ରତିଶ୍ରୁତି ବଦ୍ଧ ହୁଅନ୍ତୁ”। ଏ ଅବସରରେ ଶାସନ ଓ ବିଭିନ୍ନ ସରକାରୀ ଅନୁଷ୍ଠାନଗୁଡିକରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଆଣିବା, ଦେଶର ସମସ୍ତ ବିକାଶ ହାସଲ କରିବା ପାଇଁ ପ୍ରାଥମିକ ଦେବା ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳର ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର, ମୁଖ୍ୟ ବକ୍ତା ଭାବରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି, ସ୍ୱତନ୍ତ୍ର ଅତିଥି ଭାବରେ ନାଲକୋର ମୁଖ୍ୟ ଭିଜିଲାନ୍ସ ଅଫିସର ସୋମନାଥ ହାଁସଦା, ନାଲକୋର ନିର୍ବାହୀ ନିର୍ଦ୍ଦେଶକ ଅମୀୟ କୁମାର ସ୍ୱାଇଁ, ସି.ଆଇ.ଏସ.ଏଫ କମାଣ୍ଡାଣ୍ଟ ୱାଇ.ଏସ ସାଙ୍ଗମା ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply