ଭଲ ବର୍ଷା ପାଇଁ ଗିରି ଗୋବର୍ଦ୍ଧନଙ୍କୁ ପୂଜା କଲେ ଗାଁ ଲୋକେ

0

ବନ୍ତଳା: ଅନୁଗୁଳ ବ୍ଲକ ବଡ଼କନ୍ତକୁଳ ପଞ୍ଚାୟତର କଂଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ପାଳିତ ହୋଇଛି। ଚଳିତ ବର୍ଷ ଗାଁ ବୈଠକରେ ଗଣ୍ଡଗୋଳ ହୋଇଥିବାରୁ ୩ ଦିନ ପରିବର୍ତ୍ତେ ଗୋଟିଏ ଦିନ ଶ୍ରଦ୍ଧାଳୁମାନେ ପୂଜାରେ ଯୋଗ ଦେଇଥିଲେ। ଗିରି ଗୋବର୍ଦ୍ଧନ ପୂଜା ଦ୍ଵାରା ଇନ୍ଦ୍ର ସୁବୃଷ୍ଟି କରିଥାଆନ୍ତି। ଫଳରେ ମାଟି ମା’ ଶସ୍ୟ ଶ୍ୟାମଳା ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି l
ପାହାଡ଼ରେ ଏକ ଖୋଲା ପଡିଆରେ ୬୪ ଋଷିଙ୍କର ଆଶ୍ରମ (କୁଡ଼ିଆ ) ତିଆରି କରି ଯଜ୍ଞ ସହ ପୂଜା ଅନୁଷ୍ଠିତ ହୋଇଥିଲା। ପୂଜାରେ କଂଜାର ସଭାପତି ରୋହିତ ବିଶ୍ୱାଳ, ସେକ୍ରେଟାରୀ ନାକଫୁଡି ବେହେରା, ପୂଜକ ବନମାଳୀ ମିଶ୍ର, ଶିଶିର ଗଡ଼ନାୟକ, ଆର୍ତ୍ତତ୍ରାଣ ଗଡ଼ନାୟକ, ଗୋପାଲି ବିଶ୍ୱାଳ, ତ୍ରିଲୋଚନ ସାହୁ, ହେମନ୍ତ ସାହୁ, ସନ୍ତୋଷ ବେହେରା, ଧରଣୀ ସାହୁ, ଶ୍ରୀକାନ୍ତ ବେହେରା, ହେମନ୍ତ ବେହେରା, ଦୀନବନ୍ଧୁ ଗଡ଼ନାୟକ, ଧ୍ରୁବ ଦେହୁରୀ, ପବିତ୍ର ବେହେରା ପ୍ରମୁଖ ସାମିଲ ହୋଇ ପ୍ରସାଦ ସେବନ କରିଥିଲେ।

Leave A Reply

Your email address will not be published.

error: Content is protected !!