ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଏମସିଏଲ କ୍ଷତିଗ୍ରସ୍ତ ୬ ଗ୍ରାମର ଲୋକ, କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଲେ ଦାବି ପତ୍ର

You are currently viewing ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଏମସିଏଲ କ୍ଷତିଗ୍ରସ୍ତ ୬ ଗ୍ରାମର ଲୋକ, କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଲେ ଦାବି ପତ୍ର

ଅନୁଗୁଳ : ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟି ଦାବି ଉପସ୍ଥାପନା କରିଛନ୍ତି ତାଳଚେର କୋଇଲା ଖଣିରେ ଜମି ହରାଇଥିବା ତାଳଚେର ବ୍ଲକର ୬ ଟି ଗ୍ରାମର କ୍ଷତିଗ୍ରସ୍ତ ପ୍ରଜା। ଏ ଅବସରରେ ନିଯୁକ୍ତି ଓ ଥଇଥାନ ସମ୍ବନ୍ଧରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ସାଂସଦ ଶ୍ରୀ ପାଣି ଏମସିଏଲର ବୈଷୟିକ ନିର୍ଦ୍ଦେଶକ କେଶବ ରାଓଙ୍କୁ ଫୋନ ଯୋଗେ ଏ ବିଷୟରେ ଜଣାଇଛନ୍ତି।ସେ ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି ସାଂସଦଙ୍କୁ କହିଛନ୍ତି। ଏକ ପ୍ରତିନିଧି ମଣ୍ଡଳୀ ଖୁବଶୀଘ୍ର ଡିପି ଶ୍ରୀ ରାଓଙ୍କୁ ଭେଟିବେ ବୋଲି ଜଣାଯାଇଛି।

ଦାବି ପତ୍ର ପ୍ରଦାନ ବେଳେ ସୋଲଡା, ତେଲିପୁର, ଖୁରୀଙ୍ଗା, ପ୍ରସନ୍ନ ନଗର, ନାଥ ଗାଁ, ସତ୍ୟବାଦୀପୁର ଗ୍ରାମର ଦିବ୍ୟରଞ୍ଜନ ଗଡ଼ନାୟକ, ମୁନା ବେହେରା, ଅରୁଣ କୁମାର ସାହୁ, ସତ୍ୟମ ଭୁକ୍ତା, ଦେବାଶିଷ ବେହେରା, ନଗେନ ସାହୁ, ରାକେଶ ସାହୁ, ଅନିଲ ପ୍ରଧାନ ଓ ରଶ୍ମିତା ସାହୁଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

Share

Leave a Reply