ଅନୁଗୁଳ: ଅନୁଗୁଳ-ଜରପଡା ରାସ୍ତାରେ ବୁଲା ଗାଈ ଗୋରୁଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢି ଚାଲିଛି। ଯାହା ଫଳରେ ଟ୍ରକ୍ ଠାରୁ ବାଇକ୍ ଆରୋହୀଙ୍କ ଯାତାୟାତ ପାଇଁ ଅସୁବିଧା ହେଉଛି। ଅନୁଗୁଳ ଲିଙ୍ଗରା ପୋଲ ଠାରୁ ଆରମ୍ଭ କରି ୫୫ ନଂ ଜାତୀୟ ରାଜପଥର ଗାଁ ଗଣ୍ଡା ଥିବା ଅଞ୍ଚଳର ଗାଈ ଗୋରୁ ରାସ୍ତାକୁ ଚାଲି ଆସି ଶୋଇ ପଡ଼ୁଛନ୍ତି। ଏହାଦ୍ବାରା ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟିବା ସହ ଗାଈଗୋରୁ ମଧ୍ୟ ଆହତ ହେଉଛନ୍ତି। ଆଜିକାଲି କି ସହର କି ମଫସଲ କାଞ୍ଜିଆହୁଦା ନଥିବାରୁ ଏଭଳି ଅସୁବିଧା ହେଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ଅନୁଗୁଳ-ଜରପଡା ରାସ୍ତାରେ ବୁଲା ଗୋରୁଙ୍କ ଦୌରାତ୍ମ୍ୟ: ଦୁର୍ଘଟଣା ଆଶଙ୍କା
- Post published:July 18, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul