ଭାଗିରଥିପୁର ଗ୍ରାମରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

You are currently viewing ଭାଗିରଥିପୁର ଗ୍ରାମରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କୃତିବାସପୁର ପଂଚାୟତ ଭାଗିରଥିପୁର ଗ୍ରାମରେ ଆଜି ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି। ସକାଳ ସମୟରେ ରୀତିନୀତି ଅନୁସାରେ ପୂଜା ପାଠ କରି କଳସ ଯାତ୍ରା କରି କଳସ ସ୍ଥାପନ କରି ଦେବତା ମାନଙ୍କୁ ଆବାହନ କରାଯାଇଥିଲା। ସନ୍ଧ୍ୟା ସମୟରେ ପୂର୍ଣ୍ଣାହୁତି ହୋଇଥିଲା। ଏହି ଯଜ୍ଞରେ କର୍ତ୍ତା ଭାବେ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମାନସୀ ପ୍ରଧାନ କାର୍ଯ୍ୟ ନିର୍ବାହ କରିଥିଲେ। ପୂଜକ ଅନିଲ ମିଶ୍ର, ଅଶୋକ ମିଶ୍ର, ଠାକୁରଗଡ଼ ବାବାଙ୍କ ମନ୍ତ୍ର ପାଠରେ ଗାଁ ପରିବେଶ ଭକ୍ତିମୟ ସୃଷ୍ଟି ହୋଇଥିଲା। ପାଞ୍ଚୋଟି ଦଳ ନାମ ସଂକୀର୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ଏହି ଉତ୍ସବ ସଭାପତି ସୁରେଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସମ୍ପାଦକ ବିପିନି କୁମାର ସାହୁ, ସହଯୋଗୀ ସଦସ୍ୟ ସୁବାସ ପ୍ରଧାନ ବିରଞ୍ଚି ପ୍ରଧାନ, ଅନିଲ ପ୍ରଧାନ, ସତ୍ୟବ୍ରତ ପ୍ରଧାନ, ସୁଶାନ୍ତ ପ୍ରଧାନ, ରମେଶ ପ୍ରଧାନ, ରଂଜିତ ପ୍ରଧାନ, ଲମ୍ବଦର ସାହୁ, ଦୁଃର୍ଜଧନ ଭୋଇ ଓ ଗ୍ରାମବାସୀଙ୍କ ସହଯୋଗରେ ପାଳିତ ହୋଇଛି।

Share

Leave a Reply