ରାଜନଗର : କୁମ୍ଭୀର ଗଣନା ପାଇଁ ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ହୋଇଛି। ୧୪ ତାରିଖ ପର୍ଯ୍ଯନ୍ତ ଚାଲିବ କୁମ୍ଭୀର ଗଣନା। କୁମ୍ଭୀର ଗଣନା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠାରୁ ୧୪ ତାରିଖ ପର୍ଯ୍ଯନ୍ତ ପର୍ଯ୍ଯଟକଙ୍କ ପାଇଁ ବନ୍ଦ ହୋଇଛି। ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକାରେ ପ୍ରତିବର୍ଷ ପରି ଚଳିତବର୍ଷ ବି କୁମ୍ଭୀର ଗଣନା କରାଯାଉଛି। ରାଜନଗର ବନଖଣ୍ଡର ରାଜନଗର, ଗହୀରମଥା, କନିକା ଓ ମହାକାଳପଡ଼ା ଏହି ୪ଟି ରେଞ୍ଜରେ ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳ ଗୁଡିକରେ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ଯଟକଙ୍କ ପାଇଁ ବନ୍ଦ ରହିବ ।
କୁମ୍ଭୀର ଗଣନା ପାଇଁ ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ, ୧୪ ପରେ ପୁଣି ଖୋଲିବ
- Post published:January 4, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul