ଯୁବ ସାମ୍ବାଦିକ ରଘୁନାଥଙ୍କ ଚତୁର୍ଥ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର

You are currently viewing ଯୁବ ସାମ୍ବାଦିକ ରଘୁନାଥଙ୍କ ଚତୁର୍ଥ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର

ଅନୁଗୁଳ: ଯୁବ ସାମ୍ବାଦିକ ସ୍ବର୍ଗତ ରଘୁନାଥ ସାହୁଙ୍କ ଚତୁର୍ଥ ଶ୍ରାଦ୍ଧ ଦିବସ ଅବସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇ ଯାଇଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ରକ୍ତଦାନ ଭବନ ଠାରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଜିଲ୍ଲା ଅତିରିକ୍ତ ଚିକିତ୍ସାଧିକାରୀ ଡାକ୍ତର  ଅନ୍ତର୍ଯ୍ୟାମୀ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲାର ବହୁ ସାମ୍ବାଦିକ , ସ୍ବେଛାସେବୀ, ରକ୍ତ ଦାତା ଉପସ୍ଥିତ ରହିଥିବା ସହିତ ରକ୍ତଦାନ ମଧ୍ୟ କରିଥିଲେ।

ଏହି ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ପ୍ରତ୍ୟେକ ବର୍ଷ ସ୍ବର୍ଗତ ସାମ୍ବାଦିକ ରଘୁନାଥଙ୍କ ସ୍ମୃତିରେ ଏହି ଶିବିର ଆୟୋଜନ କରା ଯାଇଥାଏ। ସମାଜସେବୀ ପର୍ଶୁରାମ ଦାଶ , ପ୍ରତାପ ମହାପାତ୍ର , ଆଦ୍ୟାଶ୍ଳୋକ ମିଶ୍ର , ମହେଶ ଭୋମରାଜ, ଦେବା ରଞ୍ଜନ ସାମଲ ଆଦି ଏଜି ଶିବିରକୁ ଆୟୋଜନ କରିଥିଲେ। ରକ୍ତଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।

Share

Leave a Reply