ଅନୁଗୁଳ: ଆଜି ଅନୁଗୁଳ ବ୍ଲକର ବାରଗୋଣିଆ ପଞ୍ଚାୟତ ବନ୍ଦାଣପଶି ଗ୍ରାମରେ ଏସକେଏସ କ୍ଲବ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ୧୦୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଏହି ରକ୍ତଦାନ ଶିବିରରେ ମୁଖ୍ୟଅତିଥୀ ଭାବେ ମାନ୍ୟବର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥୀ ଭାବେ ଏସକେଏସ କ୍ଲବ ସଭାପତି ପ୍ରଶାନ୍ତ ପ୍ରଧାନ, ପରିଚାଳନା ଦାୟୀତ୍ବରେ ବନ୍ଦାଣପଶି ଉପ୍ରା ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଗଣ ଏଵଂ ଏସକେଏସ କ୍ଲବ ବରିଷ୍ଠ ଓ କନିଷ୍ଠ କର୍ମକର୍ତ୍ତା ଗଣ ସାହାଯ୍ୟ ସହଯୋଗ କରିଥିଲେ।
ବନ୍ଦାଣପଶି ଗ୍ରାମରେ ରକ୍ତଦାନ ଶିବିର ୧୦୨ ୟୁନିଟ ରକ୍ତ ସଂଗ୍ରହ
- Post published:November 13, 2024
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul