ଗଣେଶ ପୂଜାରେ ଅନୁଗୁଳ ୟୁଥ କ୍ଲବ ପକ୍ଷରୁ ରକ୍ତଦାନ ଶିବିର, ୪୦ ୟୁନିଟ ରକ୍ତ ସଂଗୃହୀତ

You are currently viewing ଗଣେଶ ପୂଜାରେ ଅନୁଗୁଳ ୟୁଥ କ୍ଲବ ପକ୍ଷରୁ ରକ୍ତଦାନ ଶିବିର, ୪୦ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଗଣେଶ ପୂଜା ଅବସରରେ ସୋମବାର ଅନୁଗୁଳ ଆଇଟିଆଇ ଠାରେ ଅନୁଗୁଳ ୟୁଥ କ୍ଲବ ଓ ଓଡ଼ିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି।

ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଶିବିରକୁ ଉଦଘାଟନ କରିଥିଲେ। ଅତିଥିଭାବେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସ, ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଅନୁଗୁଳ କ୍ରିକେଟ ଆସୋସିଏସନ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଙ୍ଗପଡା ସରପଞ୍ଚ ଜିତେନ୍ଦ୍ର ସାହୁ ସାମିଲ ହୋଇଥିଲେ। ଅନୁଗୁଳ ୟୁଥ କ୍ଲବର ସଭାପତି ସୂର୍ଯ୍ୟକାନ୍ତ ସାହୁ, ଉପ ସଭାପତି ବିକାଶ ବେହେରା ଓ ସମ୍ପାଦକ ଅବିନାଶ ବିଶୋଇ, ସୁମିତ କୁମାର ପ୍ରଧାନଙ୍କ ତତ୍ତ୍ବାବଧାନରେ ଆୟୋଜିତ ଶିବିରରେ ସୌମ୍ୟରଞ୍ଜନ ମହାପାତ୍ର, ସ୍ୱସ୍ତିକ ସାହୁ, ଜଗଦୀଶ ବେହେରା, ସନ୍ଦିପ ବେହେରା, ମନୋରଞ୍ଜନ ମହାନ୍ତି ପ୍ରମୁଖ କ୍ଲବର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply