ଅନୁଗୁଳ: ମା’ ବ୍ରହ୍ମାୟଣୀ ୟୁଥ କ୍ଲବ ଓ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ପଞ୍ଚାୟତର ବିଶ୍ୱନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ୫୬ ୟୁନିଟ ରକ୍ତ ସଂଗୃହୀତ ହୋଇଛି।
ଶିବିରରେ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ସରପଞ୍ଚ ମଣ୍ଟୁ ବରାହ, ୨୮ ନଂ ଜୋନ ପର୍ଯ୍ୟବେକ୍ଷକ ତଥା ଆତ୍ମା ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଟ୍ଟନାୟକ, ବଅଁରପାଳ ଥାନା ଅଧିକାରିଣୀ ନିରୂପମା ଜେନା, ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ସରୋଜ ନାଏକ, ତପନ ତ୍ରିପାଠୀ ଓ ଅରୁଣାଭ ପ୍ରମୁଖ ଉପସ୍ଥିତ ଥିଲେ।
ରଶ୍ମିରଞ୍ଜନ ବରାହ ଓ କ୍ଲବ ସଦସ୍ୟ ଶିବିର ପରିଚାଳନା କରିଥିଲେ।