ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବ୍ରାହ୍ମଣବିଲ ଗ୍ରାମ ବରମୁଣ୍ଡା ଗଣେଶ ପୂଜା କମିଟି ପକ୍ଷରୁ ମା’ ଡ଼ାକେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଏକ ମେଗା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୧୩୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।
ମୁଖ୍ୟ ଅତିଥି ଭାବରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଏବଂ ସମ୍ମାନିତ ଅତିଥି ଛେଣ୍ଡିପଦା ୧୫ ନୋ ଜୋନ ଜିଲ୍ଲା ପରିଷଦ ସଭ୍ୟ ଯଶୋବନ୍ତ ପ୍ରାସାଦ ବେହେରା,ପୂର୍ବତନ ବିଧାୟକ ସୁଶାନ୍ତ କୁମାର ବେହେରା , ସମିତିସଭ୍ୟା ମିନତୀ ସାହୁ,ଗ୍ରାମର ସଭାପତି ରବୀନ୍ଦ୍ର ପ୍ରଧାନ,ସମ୍ପାଦକ କାଳୀଚରଣ ବେହେରା,କନ୍ଦର୍ପ ପ୍ରଧାନ ଗ୍ରାମର ବୟଜ୍ୟୋଷ୍ଠ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ସାହୁ , ଇନ୍ଦ୍ରମଣି ସାହୁ,ଧନେଶ୍ଵର ବେହେରା,ପ୍ରଫୁଲ୍ଲ ସାହୁ,ଗିରିଶ ଚନ୍ଦ୍ର ପ୍ରଧାନ,କେଶବାନନ୍ଦ ସାହୁ,ସାରଥୀ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।
କମିଟିର ସଭାପତି ବିନୟ କୁମାର ସାହୁ,ସମ୍ପାଦକ ସୌମ୍ୟରଂଜନ ସାହୁ,ସଦସ୍ୟ ରୁପକାନ୍ତ ସାହୁ,ନଗେନ କୁମାର ସାହୁ,ଗୋପବନ୍ଧୁ ସାହୁ,ମନୋଜ ପ୍ରଧାନ,କିରଣ ସାହୁ ,ସୁଶାନ୍ତ ପ୍ରଧାନ,ନୀଳମଣି ସାହୁ ଏବଂ ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଶିବିରକୁ ପରିଚାଳନା କରିଥିଲେ। ଅନୁଗୁଳ ରକ୍ତ ଭଣ୍ଡାରର ସଦସ୍ୟ ମାନେ ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ସଂଗ୍ରହ କରିଥିଲେ।


