ବିଜେଡି ପ୍ରତିଷ୍ଠା ଦିବସ ପାଳନ: କନ୍ୟାବେଡା ଗ୍ରାମରେ ରକ୍ତଦାନ ଶିବିର, ୩୮ ୟୁନିଟ ରକ୍ତ ସଂଗୃହୀତ

You are currently viewing ବିଜେଡି ପ୍ରତିଷ୍ଠା ଦିବସ ପାଳନ: କନ୍ୟାବେଡା ଗ୍ରାମରେ ରକ୍ତଦାନ ଶିବିର, ୩୮ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଆଜି ବଅଁରପାଳ ବ୍ଲକ କାଣ୍ଡସର ପଞ୍ଚାୟତ କନ୍ୟାବେଡା ଗ୍ରାମରେ ବିଜୁ ଯୁବ ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ମୋଟ ୩୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଶିବିରରେ ମୁଖ୍ୟ ଅତିଥି ଭାବେ ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କାଣ୍ଡସର ପଞ୍ଚାୟତର ବିଜୁ ଯୁବ ଜନତା ଦଳର ସଭାପତି ଅବିନାଶ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଶିବିରରେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ସବିତା ମହାଳିକ, ସମିତିସଭ୍ୟା ପମିତା ବେହେରା ଯୋଗ ଦେଇଥିଲେ। ଶିବିରକୁ ଯୁବ ନେତା ମଦନ ମୋହନ ମିଶ୍ର, ପିଣ୍ଡ ସାହୁ, ସନ୍ଦୀପ ସାହୁ, ସତ୍ୟଜିତ ସାହୁ, ଟିଟୁ ବେହେରା, ସଂଗ୍ରାମ ସାହୁ, ଅବିନାଶ ଦାସ, ବିମଳ ସାହୁ, ସିପୁନ ସାହୁ ପ୍ରମୁଖ କର୍ମକର୍ତ୍ତା ପରିଚାଳନା କରିଥିଲେ।

Share

Leave a Reply