ଅନୁଗୁଳ: ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନର ପ୍ରତିଷ୍ଠାତା ସ୍ବର୍ଗତ ଭାବେଶ ଭାଇଙ୍କ ସ୍ମୃତିରେ ଆଜି ସ୍ଥାନୀୟ ମାରୱାରୀ ଧର୍ମଶାଳା ଠାରେ AIMRA ଅନୁଗୁଳ ଜିଲ୍ଲା ମୋବାଇଲ ରିଟେଲରଙ୍କ ପକ୍ଷରୁ ସୋମବାର ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ଅନଗୁଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଏବଂ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଶିବିରରେ ୬୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଜୋନ ଉପସଭାପତି ବାସୁଦେବ ସାହୁ, ଜିଲ୍ଲା ସଭାପତି ସୁମିତ ଅଗ୍ରୱାଲ, ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ସାହୁ, ଅମୂଲ୍ୟ କୁମାର ମହାରଣା, ସତ୍ୟଜିତ ସାହୁ, ସରୋଜ ବେହୁରା, ସୁଜିତ ଗଡ଼ନାୟକ, ସୋଭେନ ସାହୁ ଓ ସମସ୍ତ ମୋବାଇଲ କମ୍ପାନୀ ମାନଙ୍କ ପଦାଧିକାରୀ ଓ ସତ୍ଵାଧିକାରୀ ଉପସ୍ଥିତ ଥିଲେ।