ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଡେରଜେଙ୍ଗ ଗ୍ରାମରେ ଗୁରୁବାର ସକାଳେ ନଡ଼ା ଘର ଛପର କରୁଥିବା ବେଳେ ତଳେ ଥିବା ଦୁଇଜଣଙ୍କ ଉପରେ କାନ୍ଥ ପଡ଼ିଯାଇଛି। ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ଗାଁ ଲୋକ ଉଦ୍ଧାର କରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗୁରୁତର ଦ୍ବୟ ହେଲେ ଡେରଜେଙ୍ଗ ବାରିକ୍ ସାହିର ଅଙ୍ଗଦ ବାରିକ (୫୨) ଓ ନବ ସାହୁ (୫୦)। ଉଭୟଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।