ୱାର୍ଡ ୭: ଦଳୀୟ ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିବେ ଦିଲ୍ଲୀପ

You are currently viewing ୱାର୍ଡ ୭: ଦଳୀୟ ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିବେ ଦିଲ୍ଲୀପ

ଅନୁଗୁଳ: ଚଳିତ ପୌର ନିର୍ବାଚନ ପାଇଁ ହାତରେ ଏକ ସପ୍ତାହରୁ କମ୍‌ ସମୟ ଥିବାବେଳେ ପ୍ରାର୍ଥୀମାନେ ଜନସମର୍ଥନ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ବ୍ୟାନର, ପୋଷ୍ଟର, ପୁସି˚ କାର୍ଡ ସାଙ୍ଗକୁ ଘରକୁ ଘର ବୁଲି ପ୍ରାର୍ଥୀମାନେ ପ୍ରଚାର ଚଳାଉଛନ୍ତି। ଏ ପରିପ୍ରେକ୍ଷୀରେ ଅନୁଗୁଳ ୭ ନମ୍ବର ଵାର୍ଡର ନିର୍ବାଚନୀ ହାୱା କିଛି ଭିନ୍ନ ଦିଗକୁ ଦର୍ଶାଇଛି। ଗତ ୧୦ ବର୍ଷ ଧରି ଏହି ୱାର୍ଡରେ କ˚ଗ୍ରେସ ପ୍ରାର୍ଥୀ ଜିତିଆସୁଥିଲେ। ଏହା ସତ୍ତ୍ବେ ଏହି ୱାର୍ଡର ଆଖିଦୃଶିଆ ଉନ୍ନତି ହୋଇନାହିଁ। ବଡ଼ ବଡ଼ ପ୍ରତିଶ୍ରୁତି ରଖୁଥିବା ଏହି ନେତାମାନେ ଏବେ ଭୋଟରଙ୍କୁ ସମ୍ମୁଖୀନ ହୋଇପାରୁନାହାନ୍ତି। ରାସ୍ତାଘାଟ, ଡ୍ରେନ୍‌, ପାଣିର ସମସ୍ୟା ତ ଦୂର ହେଲାନାହିଁ, ଆଉ କେତେ ବର୍ଷ ଶାସନ କଲେ ଏସବୁ ସମସ୍ୟା ଦୂର ହେବ ବୋଲି ଭୋଟର ପଚାରୁଛନ୍ତି।
ଦଳୀୟ ପ୍ରାର୍ଥୀଙ୍କ ପାଖରେ ଏସବୁର ଉତ୍ତର ନାହିଁ। ତେଣୁ ଭୋଟର ଭାଇଭଉଣୀ ଏବେ ମନସ୍ଥିର କରିଛନ୍ତି ଆଉ ସେ ଭୁଲ୍‌ କରିବେ ନାହିଁ। ଏଥର ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ସାହୁ (ଲଣ୍ତା)ଙ୍କ ପ୍ରତି ସ୍ଥାନୀୟ ଭୋଟରଙ୍କ ଭଲ ପାଇବା ଓ ସମର୍ଥନ ଅଧିକ ଦେଖିବାକୁ ମିଳୁଛି। ପେଶାରେ ବ୍ୟବସାୟ ନିଶା ସମାଜସେବାକୁ ବ୍ରତ କରିଥିବା ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ (ଲଣ୍ତା)ଙ୍କ ପ୍ରତି ବହୁଳ ଜନସମର୍ଥନ ମିଳୁଛି। ଏଠାରେ ସୂଚାନଯୋଗ୍ୟ ପ୍ରାୟ ୭୦୦ ଭୋଟର ବିଶିଷ୍ଟ ଏହି ୱାର୍ଡରେ ୫୫୦ରୁ ୬୦୦ ପୋଲିଂ ହୋଇଥାଏ। ଏଭଳି କ୍ଷେତ୍ରରେ ଗତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀଙ୍କୁ ୧୯୮ ଭୋଟ ମିଳିଥିଲା। ତେଣୁ ଏଥର ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ଭାଇଙ୍କୁ ସାଇକଲ୍‌ ଚିହ୍ନରେ ବିପୁଳ ସଖ୍ୟାରେ ଭୋଟ ମିଳିବ ବୋଲି ଆଶା କରାଯାଏ।

Share

Leave a Reply