୨୨ ନ˚ ୱାର୍ଡରେ ଶଙ୍ଖ ଚିହ୍ନର ପ୍ରଚାର ଜମୁଛି

You are currently viewing ୨୨ ନ˚ ୱାର୍ଡରେ ଶଙ୍ଖ ଚିହ୍ନର ପ୍ରଚାର ଜମୁଛି

ଅନୁଗୁଳ: ଅନୁଗୁଳ ପୌର ପରିଷଦର ୨୨ ନ˚ ୱାର୍ଡ କାଉନ୍‌ସିଲର ପ୍ରାର୍ଥୀ ଶ୍ରୀମତୀ ଖୁସ୍‌ବୁ ଅଗ୍ରଵାଲା ପ୍ରତି ଦିନକୁ ଦିନ ଜନ ସମର୍ଥନ ବଢ଼ିବାରେ ଲାଗିଛି। ସେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ୨୨ ନ˚ ୱାର୍ଡଟି ମଦନମୋହନପଡ଼ା, ମିଶ୍ରପଡ଼ା, ହରିମହୁରି ଛକର ଅ˚ଶବିଶେଷ। ଏହି ୱାର୍ଡରେ ୧୦୬୪ ଭୋଟର ଅଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଏହି ୱାର୍ଡରେ ମାରୱାଡି, ମୁସ୍‌ଲିମ୍‌, ହିନ୍ଦୁ ଓଡ଼ିଆ ଭୋଟର ଅଛନ୍ତି। ପିଇବାପାଣିର ସମସ୍ୟା, ଡ୍ରେନ୍‌ ଏବ˚ ଅବହେଳିତ ପୁଷ୍କରିଣୀ, ଏଠାକାର ମୁଖ୍ୟ ସମସ୍ୟା। ଶ୍ରୀମତୀ ଖୁସ୍‌ବୁ ଅଗ୍ରଵାଲା ଶଙ୍ଖଚିହ୍ନ, ନବୀନ ସରକାରଙ୍କ ସ୍ବଚ୍ଛ ଶାସନ, ଏବ˚ ନିଜର ଅମାୟିକ ଓ ମିଷ୍ଟଭାସୀ ବ୍ୟକ୍ତିତ୍ବ ପାଇଁ ନିର୍ବାଚନରେ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି। ଘରକୁ ଘର ବୁଲି ଶ୍ରୀମତୀ ଖୁସ୍‌ବୁ ଭୋଟ ମାଗୁଥିବା ବେଳେ ଲୋକମାନଙ୍କ ସମର୍ଥନ ଓ ଉତ୍ସାହ ତାଙ୍କୁ ଅଧିକ ପ୍ରେରଣା ଯୋଗାଉଛି। ବିଜୟୀ ହେଲେ ୱାର୍ଡକୁ ସ୍ବଚ୍ଛ ସୁନ୍ଦର କରିବା ନିମନ୍ତେ ଚେଷ୍ଟା କରିବେ ବୋଲି ଶ୍ରୀମତୀ ଖୂୁସ୍‌ବୁ ଅଗ୍ରଵାଲା ପ୍ରକାଶ କରିଛନ୍ତି।

Share

Leave a Reply