ଖରାରେ ମିଳୁନି ପିଇବା ପାଣି, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ତୁରଙ୍ଗ ଦେହୁରୀ ସାହି ଲୋକେ

0

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ଦେହୁରୀ ସାହିରେ ବାସ କରୁଥିବା ପ୍ରାୟ ୭୦ ରୁ ଊର୍ଦ୍ଧ୍ଵ ପରିବାର ପକ୍ଷରୁ ଆଜି ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବି କରାଯାଇଛି।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଗାଁରେ ବହୁ ବର୍ଷ ପୂର୍ବେ ସରକାରୀ ଯୋଜନାରେ ଦୁଇଟି ନଳକୂପ ଖୋଳା ହୋଇଥିଲା। କିନ୍ତୁ ଏ ବର୍ଷ ଗ୍ରୀଷ୍ମ ଋତୁରେ ଉକ୍ତ ନଳକୂପର ଜଳ ସ୍ତର ହ୍ରାସ ପାଇଥିବାରୁ ପାଣି ମିଳିପାରୁନାହିଁ। ଅନ୍ୟପଟେ ଜଳ ଯୋଗାଣ ଯୋଜନାରେ ପାଣି ପାଇପ୍ ବିଛା ଯାଇଥିଲେ ମଧ୍ୟ କେଉଁଟି ପଡ଼ିଛି ତ କେଉଁଟି ପଡି ନାହିଁ। ସେହିପରି ସରକାରୀ ଯୋଜନାରେ ଏକ ପମ୍ପ ଘର ତିଆରି କରି ବୋରୱେଲ ଖୋଳା ଯାଇ ପାଇପ୍ ମାଧ୍ୟମରେ ପ୍ରାୟ ୫୦ ଫୁଟ ଅନ୍ତରରେ ଟ୍ୟାପ୍ ବସାଯାଇ ଜଳ ଯୋଗାଇବାର ସୁବନ୍ଦୋବସ୍ତ ମଧ୍ୟ କରାଯାଇଥିଲା। କିନ୍ତୁ ଏବେ କିଛି ବ୍ୟକ୍ତି ମଟର ପମ୍ପ ଲଗାଇ ନିଜ ନିଜ ଘରକୁ ପାଣି ଚୋରି କରୁଥିବାରୁ ଗ୍ରାମବାସୀ ମାନେ ପିଇବାକୁ ପାଣି ଟୋପାଏ ପାଉନାହାନ୍ତି। ଏଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଗାଁ ଲୋକେ ନିବେଦନ କରିଛନ୍ତି।

Leave A Reply

Your email address will not be published.

error: Content is protected !!