ଅନୁଗୁଳ: ବୁଧବାର ସ୍ଥାନୀୟ ସର୍କିଟ ହାଉସରେ ଓଡିଶା ସରକାରଙ୍କ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଅନୁଗୁଳ ଓ ବଅଁରପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ପୌରପାଳିକା ଅଧ୍ୟକ୍ଷ, ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ସମସ୍ତ ଜିଲ୍ଲା ପରିଷଦ, ସମସ୍ତ ବିଜେଡି କାଉନସିଲର, ଅରୁଣାଭ ସିଂହ, ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ପରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ ପକ୍ଷରୁ ମଧ୍ୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ସ୍ଥାନୀୟ ଅଗ୍ରସେନ ଭବନରେ ସମ୍ମାନିତ କରାଯାଇଛି। ଏ ଅବସରରେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଓ ଅନୁଗୁଳ ମ୍ୟୁନିସପାଲଟିର ଚେୟାରମ୍ୟାନ ଅକ୍ଷୟ ସାମନ୍ତଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଅଖିଳ ଭାରତୀୟ ମାରୱାଡ଼ି ଯୁବା ମଞ୍ଚର ପୂର୍ବ ଅଧ୍ୟକ୍ଷ ଜିତେନ୍ଦ୍ର ଗୁପ୍ତାଙ୍କ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ଜିଲ୍ଲା ଶାଖା ଅଧ୍ୟକ୍ଷ ରମେଶ ଶାହା, ସଚିବ ରୋହିତ ଲିହାଲା, ପ୍ରାଦେଶିକ ଉପ-ସଭାପତି ପୁରୁଷୋତ୍ତମ ଅଗ୍ରୱାଲ, ପଞ୍ଚାୟତ ଅଧ୍ୟକ୍ଷ ରଣଜିତ ମାଣ୍ଡୋଠିଆ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ବରିଷ୍ଠ ସଦସ୍ୟ ଅଶୋକ ମୁରାରକା ଧନ୍ୟବାଦ ଅର୍ପଣ କରିଥିଲେ।