ବର୍ଷା ହେଲେ ଗାଁ ରାସ୍ତାରେ ଜମୁଛି ପାଣି, ଯାତାୟାତ ପାଇଁ ବଡ଼କେରାବାସୀ ହନ୍ତସନ୍ତ

You are currently viewing ବର୍ଷା ହେଲେ ଗାଁ ରାସ୍ତାରେ ଜମୁଛି ପାଣି, ଯାତାୟାତ ପାଇଁ ବଡ଼କେରାବାସୀ ହନ୍ତସନ୍ତ

ଅନୁଗୁଳ: ଗାଁ ରାସ୍ତାରେ ଜମୁଛି ପାଣି। ବର୍ଷା ହେଲେ ପାଣି ନିଷ୍କାସନ ପାଇଁ ନାକେଦମ୍ ହେଉଛନ୍ତି ଗାଁ ଲୋକ। ଅନୁଗୁଳ ବ୍ଲକ ବଡ଼କେରା ପଞ୍ଚାୟତର ଶାସନ ସାହି, ତୁମୁଣୀ ଅଞ୍ଚଳବାସୀ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି। ବର୍ଷା ହେଲେ ଯାତାୟାତ ନିମନ୍ତେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଁରେ ବର୍ଷା ପାଣି ଯିବା ପାଇଁ ବ୍ୟବସ୍ଥା ନାହିଁ। ରାସ୍ତା ନିର୍ମାଣ ହେଲା, କିନ୍ତୁ ରାସ୍ତାର ଦୁଇ ପାର୍ଶ୍ୱରେ ଡ୍ରେନ ନିର୍ମାଣ ହେଲାନାହିଁ। ଡ୍ରେନ ନଥିବାରୁ ପାଣି ଯାଇ ପାରୁନାହିଁ। ଫଳରେ ବର୍ଷା ପାଣି ଯାଇନପାରି ରାସ୍ତାରେ ଜମି ରହୁଛି। ସେହି ପାଣିରେ ଯାତାୟାତ କରିବା ଫଳରେ ଚର୍ମରୋଗ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବର୍ଷା କମିଗଲା ପରେ ବି ରାସ୍ତାରେ ପାଣି ଜମି ରହୁଥିବା ଗ୍ରାମବାସୀ କହିଛନ୍ତି। ଏନେଇ ସରପଞ୍ଚଠାରୁ ଆରମ୍ଭ କରି ବିଡିଓ ଯାଏଁ ସମସ୍ତଙ୍କୁ ଅବଗତ କରିଥିଲେ ବି ସ୍ଥାୟୀ ପ୍ରତିକାର ହେଉନଥିବା ଅଭିଯୋଗ ହୋଇଛି। ପାଣି ନିଷ୍କାସନର ସମାଧାନ ନିମନ୍ତେ ଶାସନ ଗ୍ରାମର ମାନସ ଆମନ୍ତ, କାଳିଆ ବେହେରା, ସୁବାସ ଆମନ୍ତ, ସୁଶୀଲ ପୃଷ୍ଟି, ତୁମୁଣୀ ଗ୍ରାମର ପ୍ରତାପ ସାହୁ, ସନ୍ତୋଷିନୀ ପୃଷ୍ଟି ପ୍ରମୁଖ ଦାବି କରିଥିବା ଜଣାଯାଇଛି।

Share

Leave a Reply