ଆଜିଠାରୁ ବନ୍ୟପ୍ରାଣୀ ଗଣନା

You are currently viewing ଆଜିଠାରୁ ବନ୍ୟପ୍ରାଣୀ ଗଣନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆରେ ଆଜି ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ବନ୍ୟପ୍ରାଣୀ ଗଣନା କରାଯିବ ବୋଲି ଅନୁଗୁଳ ବନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପ୍ରଥମେ ମାଂସାହାରୀ ପ୍ରାଣୀଙ୍କ ଗଣନା କରାଯିବା ସହ ଅନ୍ତିମ ତିନିଦିନ ତୃଣଭୋଜିଙ୍କ ଗଣନା କରାଯିବ ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି । ସାତକୋଶିଆର ବନାଞ୍ଚଳ ପମ୍ପାସର, ପୁରୁଣାକୋଟ, ଜିଲିଣ୍ଡା, ଟିକରପଡା ଓ ରାଇଗୋଡା ଆଦି ୫ଟି ବନାଞ୍ଚଳରେ ଏହି ଗଣନା କରାଯିବ। ଉପରୋକ୍ତ ସମସ୍ତ ବନାଞ୍ଚଳର କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରାଯାଉଥିବା ବେଳେ ସେମାନଙ୍କୁ ସ୍ଵତନ୍ତ୍ର ଭାବେ ତାଲିମ ପ୍ରଦାନ କରାଯାଇଥିବା ବିଭାଗ ସୂଚନା ଦେଇଛି।

Share

Leave a Reply