ରାଜ୍ୟକୁ ଛୁଇଁଛି ଶୀତ, ୧୭ ଟି ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀ ତଳେ

You are currently viewing ରାଜ୍ୟକୁ ଛୁଇଁଛି ଶୀତ, ୧୭ ଟି ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀ ତଳେ

ଭୁବନେଶ୍ବର: ରାଜ୍ୟକୁ ଛୁଇଁଛି ଶୀତ। ପହିଲି ଶୀତର ସ୍ପର୍ଶରେ ପରିବେଶ ଶୀତଳ ହୋଇପଡ଼ିଛି। ୨୪ ଘଣ୍ଟା ମଧ୍ୟରେ ପାହାଡ଼ିଆ ଅଞ୍ଚଳ ସହିତ ସମତଳ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କମିଛି। ରାଜ୍ୟର ୧୭ ଟି ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସି ଆସିଥିବା ବେଳେ ଫୁଲବାଣୀରେ ପାରଦ ୧୨.୫ ଡିଗ୍ରୀ ଛୁଇଁଛି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨ଦିନ ମଧ୍ୟରେ ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ପରବର୍ତ୍ତୀ ସମୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବା ସମ୍ଭାବନା ନାହିଁ। ୪ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା କମିବା ଦ୍ବାରା ଉପକୂଳରୁ ଉତ୍ତର ଓ ଦକ୍ଷିଣରୁ ପଶ୍ଚିମ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି।

୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୪ ଡିଗ୍ରୀ, ଝାରସୁଗୁଡ଼ା ୧୪.୫, ଅନୁଗୁଳ ୧୫, କେନ୍ଦୁଝର ୧୫.୨, ରାଉରକେଲା ୧୫.୫, ଢେଙ୍କାନାଳ ୧୫.୮, ଭୁବନେଶ୍ବର ୧୭, କଟକ ଓ ବାରିପଦାରେ ୧୭.୬ ରେକର୍ଡ ହୋଇଛି। ଆଗକୁ ଆହୁରି ଥଣ୍ଡା ବଢ଼ିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share

Leave a Reply