ମହିଳା କିରାଣୀଙ୍କୁ ୩ ବର୍ଷ ଜେଲ ଜରିମାନା, ୨୦୧୭ରେ ଜମି ପଟ୍ଟା ପାଇଁ ନେଇଥିଲେ ଲାଞ୍ଚ

You are currently viewing ମହିଳା କିରାଣୀଙ୍କୁ ୩ ବର୍ଷ ଜେଲ ଜରିମାନା, ୨୦୧୭ରେ ଜମି ପଟ୍ଟା ପାଇଁ ନେଇଥିଲେ ଲାଞ୍ଚ

ଅନୁଗୁଳ: ଆଜି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି ଅନୁଗୁଳ ଜିଲ୍ଲାପାଳ କାର୍ଯ୍ୟାଳୟର ଜୁନିଅର କ୍ଲର୍କ ପଙ୍କଜିନୀ ବିଶ୍ୱାଳ।
ପଙ୍କଜିନୀ ୨୦୧୭ ମସିହାରେ ଅନୁଗୁଳ ତହସିଲ ଅଫିସରେ କାର୍ଯ୍ୟରତ ଥିବା ବେଳେ ଜମି ପଟା ମ୍ୟୁଟେସନ କରିବା ପାଇଁ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଆଜି ଭିଜିଲାନ୍ସ ସ୍ପେଶାଲ ଜଜ ଏହି ମାମଲାର ଶୁଣାଣି କରି ପଙ୍କଜିନୀଙ୍କୁ ୩ ବର୍ଷ କାରାଦଣ୍ଡାଦେଶ ସହ ୫ ହଜାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମନା ଅନାଦେୟ ଆଉ ୨ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ହୋଇଛି।

Share

Leave a Reply