କାର ଧକ୍କାରେ ମହିଳା ମୃତ: କାରରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଅଟକ

You are currently viewing କାର ଧକ୍କାରେ ମହିଳା ମୃତ: କାରରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଅଟକ

ଅନୁଗୁଳ: ରବିବାର ସନ୍ଧ୍ୟାରେ ବଅଁରପାଳ ଥାନା ମହୀଧରପୁର ନିକଟରେ କାର (OD02BT476) ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ମହୀଧରପୁର ଗାଁର ଲକ୍ଷ୍ମୀ ପ୍ରଧାନ। ଲକ୍ଷ୍ମୀ ଚାଲି ଚାଲି ଯାଉଥିବା ବେଳେ ଦ୍ରୁତ ଗତିରେ ଯାଉଥିବା କାରଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଲକ୍ଷ୍ମୀ ରାସ୍ତା କଡରେ ଥିବା ଏକ ନାଳ ଭିତରକୁ ଛିଟିକି ପଡି ପ୍ରାଣ ହରାଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମହୀଧରପୁର ରାସ୍ତାକୁ ଅବରୋଧ କରିଥିଲେ। ଖବର ପାଇଁ ମହୀଧରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଉଛି।

ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା କାରକୁ ପୋଲିସ ଜବତ କରି ଯାଞ୍ଚ କରିବାରୁ ସେଥିରୁ ଏକ କୁଇଣ୍ଟାଲ ଚୋରା ଗଞ୍ଜେଇ ମିଳିଛି। ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାଯାଇଛି।

Share

Leave a Reply