ଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ହାତୀ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

You are currently viewing ଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ହାତୀ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବନ୍ତଳା: ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଉଛନ୍ତି ବନ୍ତଳା ରେଞ୍ଜ ବାରଗୌଣିଆ ପଞ୍ଚାୟତ ମାଗୁରାଖାଲ ଗାଁର କନକ ସାହୁ (୪୫)।

ସୂଚନାନୁଯାୟୀ, କନକ ସକାଳେ ନିଜ ବଗିଚାକୁ ଯାଇଥିଲେ। ଭେଣ୍ଡି ତୋଳି ସାରି ସେ ଶୌଚ ପାଇଁ ଯିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ କନକ ସାହୁଙ୍କୁ ଆକ୍ରମଣ କରିଥିଲା। ଫଳରେ ତାଙ୍କର ଗୋଡ଼ରେ ଗଭୀର ଆଘାତ ଲାଗି ଭାଙ୍ଗିଯାଇଥିଲା। ଏ ନେଇ ଗ୍ରାମବାସୀ ବନବିଭାଗକୁ ଖବର ଦେବା ପରେ ସେମାନେ ପହଞ୍ଚି ମହିଳାଙ୍କୁ ମେଡିକାଲ ଭର୍ତ୍ତି କରିଛନ୍ତି। ତେବେ ମହିଳାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବନ ବିଭାଗ ବହନ କରିବ ବୋଲି ବନ୍ତଳା ରେଞ୍ଜ ଅଧିକାରୀ କହିଛନ୍ତି।

Share

Leave a Reply